ଅଭିଷେକ କହିଲେ, ଐଶ୍ୱର୍ଯ୍ୟା ଓ ମୁଁ ଛାଡପତ୍ର ନେବୁ...
ବଲିଉଡର ଲୋକପ୍ରିୟ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନନ୍ତ ଅମ୍ବାନୀଙ୍କ ବିବାହ ପରେ, ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସର ଫଟୋ ସାମ୍ନାକୁ ଆସିଛି। ଫଟୋରେ ଅଭିଷେକ ଏକାକୀ ନଜର ଆସୁଛନ୍ତି | ଦୁହେଁ ସମାନ ସ୍ଥାନକୁ ଅଲଗା ଅଲଗା ଯାଉଥିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି ।
ଏବେ ଅଭିଷେକ ବଚ୍ଚନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଓ ସ୍ତ୍ରୀ ଐଶ୍ବର୍ଯ୍ୟାଙ୍କ ସମ୍ପର୍କକୁ ନେଇ କିଛି କହିଥିବା ନଜର ଆସୁଛନ୍ତି । ଏହି ଭିଡିଓରେ ସେ ଛାଡପତ୍ରକୁ ନେଇ କଥା ହେଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ନିରାଶ ଅନୁଭବ କରିଛନ୍ତି ।
କିନ୍ତୁ ଭିଡିଓ ଏକ ଡିପ୍ଫେକ୍ ଭିଡିଓ । ଏହି ଭିଡିଓରେ ଅଭିଷେକ ବଚ୍ଚନଙ୍କ କଥା ଭିଡିଓ ସହ ମେଳ ଖାଉନଥିବା ଦେଖିବାକୁ ମିଳିଛି । ଭିଡିଓକୁ ଦେଖି ଜଣାପଡୁଛି ଯେ ଏଆଇ ଟେକନିକ ବା ଅନଲାଇନ ଟୁଲ୍ର ବ୍ୟବହାର କରାଯାଇଛି । ଭିଡିଓଟି ପୁରୁଣା ହୋଇଥିବା ବେଳେ ଏଆଇ ସାହାଯ୍ୟରେ ତାଙ୍କ ସ୍ୱର ସହ ମିଶିବା ଭଳି ସ୍ୱରକୁ ଏଡିଟ କରାଯାଇ ଭିଡିଓରେ ମିଶାଯାଇଥିବା ଦାବି କରାଯାଉଛି |
Powered by Froala Editor