ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଆଧାର-ପ୍ୟାନ ଲିଙ୍କ୍ ଅବଧି
ପ୍ୟାନ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି । ଏହା ଅନୁସାରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ ସମୟସୀମାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ସେହିପରି ଟିଡିଏସ ଫାଇଲ କରିବା ଶେଷ ତାରିଖ ୧୫ ଜୁଲାଇକୁ ଘୁଂଚାଇ ଦିଆଯାଇଛି । ଆଜି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଘୋଷଣା କରିଛନ୍ତି ।
୨୦୧୮ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାର ସହ ପ୍ୟାନ ଲିଙ୍କ୍ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ବାରମ୍ବାର ବଢାଇ ଚାଲିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଏହି ଶେଷ ତାରିଖ ବାରମ୍ବାର ବଢିଚାଲିଛି । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଶେଷ ତାରିଖକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
ଲୋକମାନେ ଅନଲାଇନ ଓ ଅଫଲାଇନରେ ନିଜର ଆଧାର ନମ୍ବର ସହ ପ୍ୟାନ ନମ୍ବରକୁ ଲିଙ୍କ୍ କରିପାରିବେ । ସେମାନେ ଆୟକର ବିଭାଗ ୱେବସାଇଟ, ଏସଏମଏସ ଏବଂ ପ୍ୟାନ ସେବା କେନ୍ଦ୍ରକୁ ଯାଇ ଉପରୋକ୍ତ ଲିଙ୍କ କରିପାରିବେ ।
Powered by Froala Editor