ସ୍ୱାଧୀନତା ଦିବସ: ଘୋଡ଼ା ପିଠିରେ ବସି ପରେଡ୍ କରିବେ ଏନ୍ସିସି କ୍ୟାଡେଟ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପରେଡ୍ ସ୍ଥାନ ବଦଳିଛି। କୋଭିଡ ପରଠାରୁ ଏହା ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ପୁଣିଥରେ ଗାନ୍ଧୀମାର୍ଗକୁ ଫେରୁଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ରେ ସାମିଲ ହେେବ ଘୋଡ଼ା। ଘୋଡ଼ା ପିଠିରେ ବସି ପରେଡ୍ କରିବେ ଏନ୍ସିସି କ୍ୟାଡେଟ। ଏଥିପାଇଁ ୧୦ଟି ଘୋଡ଼ା ପରେଡ୍ରେ ଅଂଶଗ୍ରହଣ କରିବେ। ଓୟୁଏଟିରୁ ଘୋଡ଼ା ଆସିବାକୁ ଥିବାବେଳେ ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାରଠାରୁ ପରେଡ୍ ଅଭ୍ୟାସ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
Powered by Froala Editor