ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ : ୫୨ ବର୍ଷ ପରେ ପୁଣି ବ୍ରୋଞ୍ଜ
ଦୀର୍ଘ ୫୨ ବର୍ଷ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ହକି ଟିମ। ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି ଟିମ। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ବି ଗୋଲ ସ୍କୋର ହୋଇପାରି ନ ଥିଲା। ହେଲେ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ ଗୋଟିଏ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ଦଳର ମାର୍କ ମିରାଲ୍ସ ୧୮ ମିନିଟରେ ଏହି ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ମିନିଟରେ ଅଧିନାୟକ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କର୍ନ୍ଭଟ କରି ସ୍କୋରକୁ ୧-୧ରେ ବରାବର କରିଥିଲେ। ତୃତୀୟ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ ସ୍କୋର କରିଥିଲା। ୩୩ତମ ମିନିଟରେ ହରମାନପ୍ରୀତ ପେନାଲ୍ଟି କର୍ଣ୍ଣରର ସୁଯୋଗ ନେଇ ଗୋଟିଏ ଗୋଲ ସ୍କୋର କରିଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଥିଲା। ସ୍ପେନ ମ୍ୟାଚ୍ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।
ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି।
Powered by Froala Editor