ମନ୍ତ୍ରୀମାନେ ଖୁବଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରକୁ ଯାଇ ଅଭିଯୋଗ ଶୁଣାଣି କରିବେ: ପ୍ରଭାତି ପରିଡ଼ା

ଭୁବନେଶ୍ୱର: ବିଜେପି ସରକାରରେ ଆରମ୍ଭ ହୋଇଛି ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ରାଜଧାନୀ ଭୁବନେଶ୍ୱରରେ ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସରକାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ତେବେ ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏବେ ମନ୍ତ୍ରୀମାନେ ଖୁବଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରକୁ ଯାଇ ଅଭିଯୋଗ ଶୁଣାଣି କରିବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମୋଟ ୧୭୫୦ ପଞ୍ଜୀକରଣ ହୋଇଛି । ତ୍ୱରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦେ୍ଧଶ୍ୟ । ସବୁ ସୋମବାର କେଉଁଠି ନା କେଉଁଠି ମନ୍ତ୍ରୀ ରହି ଅଭିଯୋଗ ଶୁଣିବେ । ୩ ମାସରେ ଥରେ ଆସୁଥିବା ଅଭିଯୋଗ ଓ ସମାଧାନର ସମୀକ୍ଷା ହେବ । ବ୍ଲକସ୍ତରରେ ଥିବ ା ସମସ୍ୟାର ସମାଧାନ ୭ ଦିନ ଭିତରେ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ।
Powered by Froala Editor