ସ୍ୱର୍ଣ୍ଣ ବିଜେତାଙ୍କୁ ପଦକ ସହ ମିଳିଲା ମ୍ୟାରେଜ ପ୍ରପୋଜାଲ
ପ୍ୟାରିସ 'ପ୍ୟାର କା ସହର'। ତେବେ ମୋହବତର ସହରରେ ବା କେମିତି ପ୍ରେମ ନ ହେବ । ଏହିକ୍ରମରେ ପ୍ୟାରିସ ଅଲିମ୍ପିକ୍ସ ସମୟରେ ଦେଖିବାକୁ ମିଳିଛି ପ୍ରେମର ସୁନ୍ଦର ଦୃଶ୍ୟ । ଜଣେ ମହିଳା କାରମ ଖେଳାଳି ସ୍ବର୍ଣ୍ଣ ପଦକ ଜିତିବା ପରେ ଅନସ୍ପଟ ବିବାହ ପାଇଁ ପ୍ରପୋଜାଲ ମିଳିଛି। ଏପରି ଘଟଣା ସାରାବିଶ୍ୱକୁ ତାଜୁବ କରିଦେଇଛି।
ଚାଇନାର ମହିଳା ଖେଳାଳି ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସୁନା ଜିତିବା ପରେ ହଠାତ୍ ତାଙ୍କ ପୁରୁଷ ସାଥୀ ଅର୍ଥାତ୍ ସାଥୀ ଖେଳାଳି ତାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଯେଉଁଥିରେ ତାଙ୍କର ଖୁସିର ସୀମା ରହି ନ ଥିଲା।
ସୂଚନା ଥାଉ କି, ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଚାଇନାର ବ୍ୟାଡମିଣ୍ଟନ ଖେଳାଳି ହୁଆଙ୍ଗ ୟ କିଓନଗ ସ୍ବର୍ଣ୍ଣ ପଦକ ହାତେଇଥିଲେ । ଯାହା ପରେ ସେ ତାଙ୍କ ସାଥୀ ଖେଳାଳି ତାଙ୍କୁ ଅନସ୍ପଟ ପ୍ରପୋଜ କରିଥିଲେ । ମିକ୍ସଡ ଡବଲ୍ସ ଇଭେଣ୍ଟରେ ହୁଆଙ୍ଗ, ଜେଙ୍ଗ ସିୱାଇଙ୍କ ସହ ଦକ୍ଷିଣ କୋରିଆର କିମ ୱନ ହୋ ଏବଂ ଜୋଙ୍ଗ ନା ୟୁନଙ୍କୁ ୨୧-୮,୨୧-୧୧ରେ ପରାସ୍ତ କରିଥିଲେ ।
ଏହି ସମୟରେ ତାଙ୍କୁ ସୁନା ପଦକ ପିନ୍ଧାଯାଇଥିଲା । ତେବେ ପଦକ ମିଳିବାର କିଛି କ୍ଷଣ ମଧ୍ୟରେ ହୁଆଙ୍ଗଙ୍କୁ ଚାଇନାର ଅନ୍ୟ ଜଣେ ବ୍ୟାଡମିଣ୍ଟନ ସାଥୀ ଲି ୟୁଚେନଙ୍କ ବିବାହ ପ୍ରସ୍ତାବ ଦେଇଥିଲେ ।
Powered by Froala Editor