ତିବ୍ଦତରେ ପ୍ରଥମ ବିଦ୍ୟୁତ୍ ଚାଳିତ ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ

ହିମାଳୟ ତିବ୍ଦତରେ ପ୍ରଥମ କରି ସମ୍ପୂର୍ଣ୍ଣ ବିଦ୍ୟୁତ୍ ଚାଳିତ ବୁଲେଟ୍ ଟ୍ରେନ୍ ଚଳାଚଳ କରିଛି । ଜୁଲାଇ ୧ ତାରିଖରେ ଆୟୋଜନ ହେବାକୁ ଥିବା ଶାସକ ଚୀନା କମ୍ୟୁନିଷ୍ଟ୍ ପାର୍ଟିର ଶତବାର୍ଷିକ ପାଳନ ପୂର୍ବରୁ ସିଚୁଆନ୍-ତିବ୍ବତ ରେଳବାଇର ୪୩୫.୫ କିଲୋମିଟର୍ ଦୀର୍ଘ ଲାସା-ନାଇଙ୍ଗଚି ସେକ୍ସନ୍ର ଶୁଭାରମ୍ଭ କରାଯାଇଛି। ଅରୁଣାଚଳ ପ୍ରଦେଶ ପାଖାପାଖି ତିବ୍ବତୀୟ ସୀମାନ୍ତରେ ଅବସ୍ଥିତ ପ୍ରାଦେଶିକ ରାଜଧାନୀ ଲାସା ଏବଂ ନାଇଙ୍ଗଚି ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ।
ରାଷ୍ଟ୍ରାୟତ ସମ୍ବାଦ ଏଜେନ୍ସି ‘ସିନ୍ହୁଆ’ ରିପୋର୍ଟ କରିଛି ଯେ, ‘ଫୁକ୍ସିଙ୍ଗ୍’ ବୁଲେଟ୍ ଟ୍ରେନ୍ର ଔପଚାରିକ ଚଳାଚଳ ଆରମ୍ଭ ହେବା ସହ ପାର୍ବତ୍ୟ ଅଞ୍ଚଳ ଅନ୍ତର୍ଗତ ଲାସା ଏବଂ ନାଇଙ୍ଗଚିକୁ ସଂଯୋଗ କରି ତିବ୍ବତ ସ୍ବୟଂଶାସିତ ଅଞ୍ଚଳରେ ପ୍ରଥମ ବୈଦ୍ୟୁତିକ କୃତ ରେଳପଥ ଶୁକ୍ରବାର ସକାଳେ ଉନ୍ମୋଚିତ ହୋଇଛି।
ସୂଚନା ଯେ, ସୀମାନ୍ତ ସ୍ଥିରତା ସୁରକ୍ଷିତ ରଖିବାରେ ଏହି ରେଳପଥ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହି ନଭେମ୍ବର ମାସରେ ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏହି ନୂତନ ରେଳପଥ ନିର୍ମାଣ ତ୍ବରାନ୍ବିତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
Powered by Froala Editor