କେରଳ ଭୂସ୍ଖଳନ: ୩୦୦ ଅତିକ୍ରମ କଲା ମୃତ୍ୟୁସଂଖ୍ୟା
ୱାୟାନାଡ: ଶୁକ୍ରବାର ଦିନ କେରଳର ୱାୟାନାଡ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୦ ଅତିକ୍ରମ କରିଛି। ୱାୟାନାଡର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ ୩୦୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଅନ୍ୟପକ୍ଷେ ସେନା ଦ୍ବାରା ୱାୟନାଡ଼ର ମୁଣ୍ଡାକ୍କାଇ ଏବଂ ଚୁରାଲ୍ମାଲାରୁ ୧ ହଜାରରୁ ଅଧିକ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ୟ୍ୟ ବନ୍ଦ ହେବାପରେ ଆଜି ସକାଳେ ପୁଣିଥରେ ଆରମ୍ଭ ହୋଇଥିଲା। ଚରମ ପ୍ରତିକୂଳ ପାଣିପାଗ ଉକ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମେଜର ଜେନେରାଲ ମନୋଜ ମାଥ୍ୟୁଙ୍କ ନେତୃତ୍ବରେ ସେନା ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ପ୍ରତିଷ୍ଠା କରିଛି। ମେପାଡ଼ି -ଚୁରାଲମାଲା ରୋଡ୍ରେ ସେନା ଦ୍ବାରା ଅସ୍ଥାୟୀ ବ୍ରିଜ୍ ନିର୍ମାଣ ଶେଷ ହୋଇଛି।ଚେଲିୟାର ନଦୀରେ ଏବେ ବି ଉଦ୍ଧାର ଅପରେସନ୍ ଜାରି ରହିଛି। ଅନେକ ଲୋକଙ୍କର ସମ୍ପୂର୍ଣ୍ଣ ଶରୀର ମିଳୁନାହିଁ। ଶରୀରର ବିଭିନ୍ନ ଅଂଶକୁ ବ୍ୟବଚ୍ଛେଦ ପାଇଁ ନିଆଯାଉଛି।
Powered by Froala Editor