ଭାରତ ପାଇଁ ତୃତୀୟ ପଦକ ଆଣିଲେ ସ୍ୱପ୍ନିଲ

ଷଷ୍ଠ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ପୁରଷ ୫୦ ମିଟର ରାଇଫଲ ସୁଟିଂରେ ଭାରତର ସୁଟର୍ ସ୍ବପ୍ନିଲ କୁସାଲେ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ। ଏଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି। ପୂର୍ବରୁ ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମେ ବ୍ରୋଞ୍ଜ ଜିତିଲେ ପରେ ମିଶ୍ରିତ ଯୁଗଳ ବର୍ଗରେ ସର୍ବଜୋତଙ୍କୁ ସାଥି କରି ଆଉ ଏକ ବ୍ରୋଞ୍ଜ ଜିତିଥିଲେ।
ଭାରତର ସୁଟର୍, ବ୍ୟାଡ଼ମିଣ୍ଟନ, ବକ୍ସିଂ, ତୀରନ୍ଦାଜ, ଗଲ୍ଫ, ହକି ଭଳି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ପଞ୍ଚମ ଦିନରେ ଭାରତକୁ କୌଣସି ପଦକ ମିଳି ନ ଥଲେ ମଧ୍ୟ ଭାରତ ପାଇଁ ଏହା ସକାରାତ୍ମକ ରହିଥିଲା। ବ୍ୟାଡ଼ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ ବିଜୟ ସହିତ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ। ଯେତେବେଳେ କି ଭାରତୀୟ ମହିଳା ବକ୍ସର ଲବିଲୀନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଶୁଟିଂ ଏବଂ ତୀରନ୍ଦାଜରେ ମଧ୍ୟ ଭଲ ପ୍ରଦର୍ଶନ ରହିଥିଲା।
Powered by Froala Editor