ପୂଜା ଖେଡକରଙ୍କୁ ଝଟକା : ଆଗୁଆ ଜାମିନ ଆବେଦନ ଖାରଜ
ମହାରାଷ୍ଟ୍ରର ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଖାରଜ କରି ଦେଇଛନ୍ତି ଅଦାଲତ। କେନ୍ଦ୍ର ଜନସେବା ଆୟୋଗ (UPSC) ତାଙ୍କ ଆଇଏଏସ ପ୍ରାର୍ଥିତ୍ୱକୁ ବାତିଲ କରିଥିଲେ।
ୟୁପିଏସସି ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏହି ଠକେଇ ମାମଲାରେ ପୂଜା ଖେଡକରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। କେନ୍ଦ୍ର ଜନସେବା ଆୟୋଗର ସିଭିଲ ସର୍ଭିସେସ ପରୀକ୍ଷା, ୨୦୨୨ ପାଇଁ ଆବେଦନ କରିଥିବା ପୂଜାରେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା।
ଶୁଣାଣି ସମୟରେ ପୂଜା ଖେଡକର କହିଥିଲେ ଯେ, ଜଣେ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି। ଏଥିପାଇଁ ସେ ଆଗୁଆ ବେଲ୍ ଅର୍ଡର ଚାହୁଁଛନ୍ତି। କିନ୍ତୁ ଅଦାଲତ ତାଙ୍କୁ ଜାମିନ ଅର୍ଡର ନ ଦେବା ସହ ସେ ବାରମ୍ବାର ବ୍ୟବସ୍ଥା (UPSC)କୁ ଠକି ଆସିଛନ୍ତି ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀର ଏକ କୋର୍ଟରେ ଏହି ଶୁଣାଣି କରାଯାଇଛି।
ପ୍ରକାଶ ଥାଉକି, କ୍ଷମତାର ଅପବ୍ୟବହାର ଅଭିଯୋଗରେ ପୂଜା ଖେଡକରଙ୍କୁ ପ୍ରଥମେ ବଦଳି କରା ଯାଇଥିଲା। ଏହା ପରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ଜାଲ୍ ଓବିସି ଓ ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଥିଲା।
Powered by Froala Editor