କେରଳ ଭୂସ୍ଖଳନ: ୫୪କୁ ବୃଦ୍ଧି ହେଲା ମୃତ୍ୟୁ ସଂଖ୍ୟା
ଓ୍ବାୟନାଡ଼: କେରଳ ଓ୍ବାୟନାଡ଼ ଜିଲାର ମେପ୍ପାଡ଼ି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣାରେ ବଢିଚାଲିଛି ମୃତ୍ୟୁସଂଖ୍ୟା। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦ ଜଣ ଆହତ ହୋଇଛନ୍ତି। ଏଥିସହ ଶତାଧିକ ଲୋକ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି। ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା କେରଳର ମନ୍ତ୍ରୀ ଏ.କେ. ଶଶିନ୍ଦ୍ରନ୍ ସୂଚନା ଦେଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବର୍ଷା ଯୋଗୁ ଉଦ୍ଧାରକାରୀ ଦଳଙ୍କୁ କଠିନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି।
Powered by Froala Editor