୩ ୟୁପିଏସ୍ଇ ଆଶାୟୀଙ୍କ ମୃତ୍ୟୁ ଘଟଣା : ଘୁ ଘୁ ହୋଇ ପଶୁଥିଲା ପାଣି, ସାମ୍ନାକୁ ଆସିଲା ଭୟାନକ ଭିଡିଓ
ଦିଲ୍ଲୀ ରାଉସ୍ ଆଇଏଏସ୍ ଷ୍ଟଡି ସର୍କଲର ଘଟିଥିବା ଦୁର୍ଘଟଣାରେ ତିନି ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ବର୍ଷା ପାଣି ବେସମେଣ୍ଟରେ ଭର୍ତ୍ତି ହେତୁ ଏହି ଦୁର୍ଘଟଣା ଘଟିଛି। ତେବେ କୋଚିଂ ସେଣ୍ଟରରେ କିଭଳି ପଶିଥିଲା ବର୍ଷା ପାଣି, ତା'ର ଦୁଇଟି ଭିଡିଓ ଏବେ ସାମ୍ନାକୁ ଆସିଛି। ଜଣେ ୟୁପିଏସି ଆଶାୟୀ ଏଥିରେ ହୃଦୟ ଭାଙ୍ଗିଯିବା ଭଳି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଆଶାୟୀ ଜଣକ କହୁଛନ୍ତି ଯେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ( ଏନଡିଏମଏ) ଘଟଣାସ୍ଥଳରେ ବହୁତ ବିଳମ୍ବରେ ପହଞ୍ଚିଥିଲା । ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ପ୍ରବଳ ବର୍ଷା ଯୋଗୁ ରାଉସ୍ ଆଇଏଏସ୍ କୋଚିଂ ସେଣ୍ଟର ବାହାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ପରେ କୋଚିଂ ସେଣ୍ଟରର ବେସ୍ମେଣ୍ଟରେ ତିଆରି ଲାଇବ୍ରେରୀରେ ପାଣି ଭର୍ତ୍ତି ହେବାକୁ ଲାଗୁଛି। ଏଥିରୁ ବର୍ତ୍ତିବା ପାଇଁ ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ସମୟରେ ପାଣିର ପ୍ରବାହ ବଢ଼ି ଯାଉଛି। ଏହାକୁ ଦେଖି ଛାତ୍ରଛାତ୍ରୀମାନେ ଭୟଭୀତ ହେବା ସହ ଚିତ୍କାର କରୁଛନ୍ତି। ଉପର ମହଲାକୁ ଦୌଡି ଯାଉଥିବା ଦେଖିବାକୁ ମିଳିଛି।
ଆଶାୟୀ କହିଛନ୍ତି ଯେ ୧୦ ମିନିଟ ମଧ୍ୟରେ ବେସମେଣ୍ଟରେ ପାଣି ଭରିଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ସେମାନେ ପୁଲିସକୁ ଘଟଣା ବାବଦରେ ଜଣାଇଥିଲେ । ମାତ୍ର ପୁଲିସ ଓ ଏନଡିଏମଏ ବହୁତ ବିଳମ୍ବରେ ସେଠି ପହଞ୍ଚିଥିଲେ । ସେମାନେ ପ୍ରାୟ ୯ ଟା ସମୟରେ ସେଠାକୁ ଆସିଥିବାର ଆଶାୟୀ ଜଣକ କହିଛନ୍ତି । ଫଳରେ ୩ ଜଣ ୟୁପିଏସି ଆଶାୟୀ ଏଥିରେ ପ୍ରାଣ ହରାଇଥିଲେ । ଏବେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
Powered by Froala Editor