୧୦ ରାଜ୍ୟରେ ନୂଆ ରାଜ୍ୟପାଳ
ଦେଶର ୧୦ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆ। ରାଜସ୍ଥାନର ନୂଆ ରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍ଦେ। ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ, ସନ୍ତୋଷ କୁମାର ଗାଙ୍ଗୱାର ହେଲେ ଝାଡ଼ଖଣ୍ଡର ରାଜ୍ୟପାଳ ଓ ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ ରାମେନ ଡିକା ଛତିଶଗଡ଼ ରାଜ୍ୟପାଳ ହୋଇଛନ୍ତି। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେଇଛନ୍ତି।
ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ନୂତନ ନିଯୁକ୍ତି ମିଳିଛି। ଏହା ସହିତ ସେ ମଣିପୁରର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ପୂର୍ବରୁ ସିକ୍କିମର ରାଜ୍ୟପାଳ ଥିଲେ। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କ ସ୍ଥାନରେ ବରିଷ୍ଠ ବିଜେପି ନେତା ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ କରାଯାଇଛି।
ସିପି ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନୂତନ ନିଯୁକ୍ତି ମିଳିଛି। ତା’ସହିତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଛି। ପୂର୍ବତନ ଆଇଏଏସ୍ ଅଫିସର କେ କୈଳାଶନାଥଙ୍କୁ ପୁଡୁଚେରିର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
Powered by Froala Editor