ଅନନ୍ତନାଗରେ ମର୍ମନ୍ତୁଦ ଦୁର୍ଘଟଣା : ୫ ଶିଶୁଙ୍କ ସମେତ ୮ ମୃତ

ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଘାଟିରେ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ସୂଚନା ଅନୁସାରେ, ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲୀ ଡାକସୁମ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଡାକସୁମ ଘାଟିରେ ଯିବା ସମୟରେ ଏକ କାର୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଇମତିଆଜ ଅହମ୍ମଦ ତାଙ୍କ ୫ ପିଲା ଓ ୨ ଜଣ ମହିଳାଙ୍କ ସହ କାରରେ ଯାଉଥିବା ବେଳେ କିଶ୍ତୱାର-ଅନନ୍ତନାଗ ରାସ୍ତାର ଅରଶାନ୍ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା। ଏହାପରେ ଗାଡିଟି ଏକ ଖାଲକୁ ଖସି ପଡ଼ିଥିଲା। ମୃତ ଇମତିଆଜ କିଶ୍ତୱାରରୁ ମାଡୱାସ୍ଥିତ ନିଜ ଘରକୁ ଆସୁଥିଲେ, ଯେଉଁଠାରେ ସେ ପୁଲିସ ଡ୍ୟୁଟିରେ ନିୟୋଜିତ ଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
Powered by Froala Editor