ମଜବୁତ ସମ୍ପର୍କର ପ୍ରମାଣ : ଲାଓସରେ ଲୋକାର୍ପଣ ହେଲା ରାମଲାଲାଙ୍କ ଫଟୋ ଥିବା ଡାକଟିକଟ

ଲାଓ ପିଡିଆର୍(ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ) ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଲାଓସ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ଏହି ଟିକେଟ ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ଏବଂ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରୁଛି ବୋଲି କୁହାଯାଉଛି।
ଦେଶର ରାଜଧାନୀ ଭିଏଣ୍ଟିଆନ୍ରେ ଆୟୋଜିତ ଏକ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ଲାଓ ପିଡିଆର୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସାଲେମକ୍ସାଇ କୋମାସିଥ ମିଳିତ ଭାବେ ସ୍ବତନ୍ତ୍ର ସ୍ମାରକପତ୍ର ଡାକ ଟିକେଟ ସେଟ୍ର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ। ଷ୍ଟାମ୍ପ ସେଟ୍ରେ ୨ଟି ଡାକ ଟିକେଟ ରହିଛି। ଗୋଟିଏରେ ଲାଓସର ପୁରୁତାନ ରାଜଧାନୀ ଲୁଅରଙ୍ଗ ପ୍ରବାଙ୍ଗର ଭଗବାନ ବୁଦ୍ଧ ଓ ଆଉ ଗୋଟିଏରେ ଅଯୋଧ୍ୟାର ଭଗବାନ ରାମଙ୍କ ପ୍ରତିଛବି ରହିଛି।
ପ୍ରକାଶ ଯେ, ଭାରତ ଏବଂ ଲାଓ ପିଡିଆର୍ ମଧ୍ୟରେ ବୌଦ୍ଧ ଧର୍ମକୁ ନେଇ ଏକ ମଜଭୂତ ସମ୍ପର୍କ ରହିଆସିଛି। କାରଣ ଲାଓ ପିଡିଆର୍ ହେଉଛି ସେହି ଦେଶ ଯେଉଁଠାରେ ବୌଦ୍ଧ ଧର୍ମର ଉତ୍ପତ୍ତି ହୋଇଥିଲା।
Powered by Froala Editor