‘ଆଜ୍ କି ରାତ’ ଗୀତରେ ଦର୍ଶକଙ୍କ ହୋସ୍ ଉଡାଇଲେ ତମନ୍ନା
ବଲିଉଡ ଫିଲ୍ମ ସ୍ତ୍ରୀ-୨ରେ ଏଣ୍ଟ୍ରି କରିଛନ୍ତି ସାଉଥ ହିରୋଇନ ତମନ୍ନା ଭାଟିଆ । ସେ ଏଥିରେ ଆଇଟମ ସଙ୍ଗରେ ନଜର ଆସିଛନ୍ତି । କିନ୍ତୁ ତାଙ୍କ ଦମଦାର ପରଫର୍ମାନ୍ସ ଦର୍ଶକଙ୍କ ଦିଲ୍ ଜିତି ନେଇଛି ।
ଆସନ୍ତା ଅଗଷ୍ଟ ୧୫ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ 'ସ୍ତ୍ରୀ-୨'। ଇତିମଧ୍ୟରେ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି । ଏଥିରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ 'ଆଜ୍ କି ରାତ୍' ନୃତ୍ୟ ଦେଖିବାକୁ ମିଳିଛି । ଗୀତ ଆରମ୍ଭରେ ତମନ୍ନାଙ୍କୁ ଦେଖି ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଅପାରଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀ ଚକିତ ହୋଇ ଚାହିଁ ରହିଥିବା ନଜର ଆସିଛନ୍ତି । ନୃତ୍ୟ ଜରିଆରେ ତମନ୍ନା ସମସ୍ତଙ୍କୁ ମତୁଆଲା କରୁଛନ୍ତି ।
ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଫିଲ୍ମ ଜରିଆରେ ଶ୍ରଦ୍ଧା ପୁଣି ଥରେ ଭୂତ ଅବତାରରେ ନଜର ଆସିବେ । ତାଙ୍କ ଅପୋଜିଟ୍ ରେ ରାଜକୁମାର ପୁଣି ଥରେ ଭିକ୍କି ଭୂମିକାରେ ନଜର ଆସିବେ । ଭିକ୍କି ଓ ତାଙ୍କ ସାଙ୍ଗମାନେ ସ୍ତ୍ରୀ ସହ ମିଶି ଭୂତକୁ ଘଉଡ଼େଇବାକୁ ଚେଷ୍ଟା କରିବେ ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ 'ସ୍ତ୍ରୀ'ରେ ନୋରା ଫତେହି 'କମରିୟା' ଗୀତରେ ନଜର ଆସିଥିଲେ । ଏବେ ତମନ୍ନାଙ୍କ ଆଜ କି ରାତ ଗୀତ ସିନେପ୍ରେମୀଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି ।
Powered by Froala Editor