ସ୍କର୍ପିଓ ଉପରୁ ‘ସ୍ପାଇଡରମ୍ୟାନ’କୁ ଗିରଫ କଲା ପୁଲିସ

ଦିଲ୍ଲୀର ଦ୍ବାରକାରେ ସ୍ପାଇଡର ମ୍ୟାନ ଭଳି ପୋଷାକ ପିନ୍ଧିଥିବା ଜଣେ ଯୁବକଙ୍କୁ ସ୍କର୍ପିଓ ବନେଟ ଉପରେ ବସି ବୁଲିବା ମହଙ୍ଗା ପଡ଼ିଛି। ପୁଲିସ କହିଛି ଯେ ସ୍ପାଇଡର୍ମ୍ୟାନ୍ ଡ୍ରେସ୍ ପିନ୍ଧିଥିବା ଜଣେ ବ୍ୟକ୍ତି ସ୍କର୍ପିଓର ବୋନେଟରେ ବସି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିଲେ। ଜଣେ ଏକ୍ସ ୟୁଜର ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ ଫଟୋ ସେୟାର କରିବା ପରେ ପୁଲିସ ଗିରଫ କରିବା ସହ ଚାଲାଣ ମଧ୍ୟ କାଟି ଦେଇଥିଲା ।
ସ୍ପାଇଡର୍ମ୍ୟାନ୍ ପୋଷାକ ପିନ୍ଧିଥିବା ବ୍ୟକ୍ତିଜଣକ ହେଲେ ଆଦିତ୍ୟ (୨୦) ଓ ଡ୍ରାଇଭରଙ୍କ ନାମ ଗୌରବ ସିଂହ (୧୯)। ସୂଚନା ଅନୁଯାୟୀ, ଦ୍ୱାରକା ରାସ୍ତାରେ ସ୍ପାଇଡରମ୍ୟାନ୍ ଭଳି ପୋଷାକ ପିନ୍ଧିଥିବା ଆଦିତ୍ୟ ଦ୍ୱାରକା ରାସ୍ତାରେ ଏକ କାରର ବନେଟରେ ଦେଖିବାକୁ ମିଳିବା ପରେ ଦିଲ୍ଲୀ ଟ୍ରାଫିକ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଟ୍ରାଫିକ ପୁଲିସ ଗାଡ଼ି ମାଲିକ ଓ ଚାଳକଙ୍କ ବିରୋଧରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଉଥିବା ଓ ପଲ୍ୟୁସନ ସାର୍ଟିଫିକେଟ ନଥିବାରୁ ହେତୁ ୨୬ହଜାର ଟଙ୍କାର ଚାଲାଣ କାଟିଛି। ଏଥିସହିତ ଆଦିତ୍ୟ ଓ ଗୌରବଙ୍କ ବିରୋଧରେ ମାମଲା ବି ରୁଜୁ କରିଛି ପୁଲିସ।
ଏହି ଘଟଣାକୁ ନେଇ ପୁଲିସ କହିଛି, ‘ଆମେ କ୍ରମାଗତ ଭାବେ ସଡ଼କ ସୁରକ୍ଷା ଅଭିଯାନ କରୁଛୁ। ଲୋକଙ୍କୁ ସଡ଼କ ନିୟମ ପ୍ରତି ଜାଗ୍ରତ କରିବା ସହିତ ଗାଡ଼ି କିପରି ଚଲାଇବେ ସେଥିପାଇଁ ସତର୍କ କରାଉଛି।
Powered by Froala Editor