କାଳିଆ ଯୋଜନାର ଭବିଷ୍ୟତ କଥା କହିଲେ କେଭି ସିଂ ଦେଓ, ଜାଣନ୍ତୁ କ’ଣ?

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ଉଠିଛି କାଳିଆ ଯୋଜନାର ଭବିଷ୍ୟତ କଥା । ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ରାଶି ଓ ଅନ୍ୟାନ୍ୟ ସୁବିଧା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହେଇଯିବ? ଆଉ ଯଦି ଏହା ଜାରି ରହିବ, ତେବେ ଏହାରି ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି କି? ବିଜେଡି ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ରାଜ୍ୟର କୃଷକ ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଉତ୍ତର ରଖିଥିଲେ ଯେ, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ହିଁ ଏ ସମ୍ପର୍କରେ ସୂଚନା ଦିଆଯିବ । ତେବେ କାଳିଆ ଯୋଜନା ବନ୍ଦ ହେବ କି, ଜାରି ରହିବ ସେ ସମ୍ପର୍କରେ ଏବେ ବି ସ୍ପଷ୍ଟୋକ୍ତି ରଖିନାହାଁନ୍ତି ସମ୍ପୃକ୍ତି ବିଭାଗର ମନ୍ତ୍ରୀ ।
Powered by Froala Editor