ଉଡ଼ାଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନ ଜଳିଗଲା । ନେପାଳରେ ଏଭଳି ଏକ ଅଘଟଣର ଖବର ସାମନାକୁ ଆସିଛି । ଆଜି ଉଡ଼ାଣ ବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଘଟଣ ଘଟିଛି । ବିମାନଟି ଟେକ ଅଫ କରୁଥିଲା । ତେବେ ଏହି ସମୟରେ ବିମାନଟି ରନୱେରୁ ଖସିଯାଇଥିଲା । ରନୱେରୁ ଖସିଯିବା ପରେ ବିମାନରେ ନିଆଁ ଲାଗିଯାଇଥିଲା । ୧୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ ଆରମ୍ଭ କରୁଥିଲା । ତେବେ ବିମାନରେ ଥିବା ଯାତ୍ରୀଙ୍କ ଅବସ୍ଥା କିଭଳି ଅଛି ତାହା ଖବର ଲେଖା ସୁଦ୍ଧାକିଛି ଜଣାପଡ଼ିନାହିଁ ।
Powered by Froala Editor