ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ, ୟୁପିଏସ୍ଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ

ଦିଲ୍ଲୀର ସାଉଥ ପଟେଲ ନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ନୀଲେଶ ରାୟ।
ସୂଚନାଯୋଗ୍ୟ, ତିନିବର୍ଷ ହେବ ନୀଲେଶ ପଟେଲ ନଗରରେ ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ଗତ ସୋମବାର ଦ୍ବିପହର ସମୟରେ ନୀଲେଶ ଚା’ ପିଇ ପିଜିକୁ ଫେରୁଥିଲେ। ଏହି ସମୟରେ ସେ ରହୁଥିବା ଗଳିକୁ ଯାଉଥିବା ବେଳେ ସେଠାରେ ଥିବା ଗେଟ ଟି କୌଣସି କାରଣବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ସେ ଗେଟକୁ ଧରି ପକାଇଥିଲେ। ତା’ ସାଙ୍ଗକୁ ଉକ୍ତ ଅଞ୍ଚଳରେ ଥିବା ରାସ୍ତାଟି ସେତେବେଳେ ଜଳବନ୍ଦୀ ହୋଇଥିଲା। ଫଳରେ ବିଦ୍ୟୁତ ଆଘାତରେ ଛଟପଟ ହେବାପରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ରଞ୍ଜିତ ନଗର ଥାନା ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ପୁଲିସ ଘଟଣାସ୍ଥଳକୁ ଫରେନ୍ସିକ ଟିମକୁ ଡକାଇଛନ୍ତି। ଫରେନ୍ସିକ ଟିମ ଗେଟରେ ବିଦ୍ୟୁତ କିପରି ଆସିଲା ତାହାକୁ ନେଇ ଯାଞ୍ଚ କରୁଛି।
Powered by Froala Editor