ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟ କରିବା ଉଚିତ : ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଏହି ଘଟଣା ତାଙ୍କୁ ଓ ତାଙ୍କ ଦଳକୁ ବ୍ୟଥିତ କରିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଗୃହ ବାହାରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସେ ହିଂସା ଆଚରଣ କରିଥିବା ଅଭିଯୋଗ ରହିଛି । ଏହି ଘଟଣା ଚକିତ କରିଛି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲାଣି । ମୋ ସରକାର ଥିବାବେଳେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ସେ ମନ୍ତ୍ରୀ ହୁଅନ୍ତୁ କି ବିଧାୟକ କିମ୍ବା ସାଂସଦ କେହି ଆଇନ ଭାଙ୍ଗିଲେ ତୁରନ୍ତ ଆକ୍ସନ ହେଉଥିଲା । ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟ କରିବା ଉଚିତ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
Powered by Froala Editor