ଆସନ୍ତାକାଲିଠୁ ସପ୍ତଦଶ ବିଧାନସଭା ଅଧିବେଶନ
ଭୁବନେଶ୍ଵର: ଆସନ୍ତା କାଲି ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ଗୃହ କାର୍ଯ୍ୟ କିପରି ଶୃଙ୍ଖଳିତ ଭାବେ ଚାଲିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ବୋଲି ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି। ସେହିପରି ବିଧାନସଭା କାର୍ଯ୍ୟରେ ବିରୋଧୀ ଦଳର ବିଧାୟକମାନେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକମାନେ ଯୋଗଦେଇ ନ ଥିଲେ।
Powered by Froala Editor