Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ...

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଦ୍ୱିସୂତ୍ରୀ କୌଶଳ ଟ୍ରାଭଶିଲ୍ଡ ଆଣ୍ଡ ହଲିଡେ ଫାଷ୍ଟ ଏବଂ ପେ’ ହ୍ୱେନ୍‍ ୟୁ ରିଟର୍ଣ୍ଣ ଆରମ୍ଭ କରୁଛନ୍ତି

ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଦ୍ୱିସୂତ୍ରୀ କୌଶଳ ଟ୍ରାଭଶିଲ୍ଡ ଆଣ୍ଡ ହଲିଡେ ଫାଷ୍ଟ ଏବଂ ପେ’ ହ୍ୱେନ୍‍ ୟୁ ରିଟର୍ଣ୍ଣ ଆରମ୍ଭ କରୁଛନ୍ତି

2021-06-24 10:37:15
28794
Share:
Facebook
Twitter
E-Mail
WhatsApp
Telegram
ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଦ୍ୱିସୂତ୍ରୀ କୌଶଳ ଟ୍ରାଭଶିଲ୍ଡ ଆଣ୍ଡ ହଲିଡେ ଫାଷ୍ଟ ଏବଂ ପେ’ ହ୍ୱେନ୍‍ ୟୁ ରିଟର୍ଣ୍ଣ ଆରମ୍ଭ କରୁଛନ୍ତି

ଭୁବନେଶ୍ୱର : କୋଭିଡ-୧୯ର ଦ୍ୱିତୀୟ ଲହର ପ୍ରଭାବ ହ୍ରାସପାଇବା ସହିତ ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହୋଇଥିବାବେଳେ ଭାରତୀୟମାନେ ଭ୍ରମଣ ଚିନ୍ତାଧାରାକୁ

ନେଇ ସକାରାତ୍ମକ ଭାବନା ପରିପ୍ରକାଶ କରୁଛନ୍ତି । ତେବେ ସ୍ୱାସ୍ଥ୍ୟ/ ଶରୀର ରକ୍ଷା ସମ୍ପର୍କିତ ଚିନ୍ତା ଏବଂ କୋଭିଡ ସମ୍ପର୍କିତ ନିର୍ଦ୍ଦେଶାବଳୀରେ ଲଗାତର ପରିବର୍ତ୍ତନ

କାରଣରୁ ବୁଝିହେଉଥିବା ଏକ ଅନିଶ୍ଚିତ ପରିବେଶ ସୃଷ୍ଟିହୋଇଛି । ଏ କ୍ଷେତ୍ରରେ ଉପଯୁକ୍ତ ମାର୍ଗଦର୍ଶନ କରିବା ଏବଂ ପୁଣିଥରେ ଭ୍ରମଣରେ ଯିବା ନିରାପଦ ବୋଲି

ଆସ୍ଥାଭାବ ସୃଷ୍ଟି କରିବାକୁ ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଟ୍ରାଭେଲ ଲିମିଟେଡ ଏକ ଦ୍ୱିସୂତ୍ରୀ କୌଶଳ ସମ୍ପର୍କରେ ଘୋଷଣା କରିଛନ୍ତି । ତାହା ହେଉଛି ଟ୍ରାଭଶିଲ୍ଡ ଆଣ୍ଡ

ହଲିଡେ ଫାଷ୍ଟ ଏବଂ ପେ ହ୍ୱେନ ୟୁ ରିଟଣ୍ଣ, ଯାହା ଶାରୀରିକ ଏବଂ ଆର୍ଥ ିକ ନିରାପତ୍ତାର ପ୍ରତ୍ୟେକଟି ଦିଗ ପ୍ରତି ଦୃଷ୍ଟିଦେବ । ଟ୍ରାଭଶିଲ୍ଡ ଏକ ପୂର୍ଣ୍ଣାଙ୍ଗ ନିରାପଦ ଭ୍ରମଣ

ପ୍ରତିବଦ୍ଧତା, ଯାହା ଗ୍ରାହକଙ୍କୁ ଅବସର ବିନୋଦନ, ଏମଆଇସିଇ ଏବଂ ବ୍ୟବସାୟିକ ଭ୍ରମଣ କ୍ଷେତ୍ରରେ ନିରାପତ୍ତା ଯୋଗାଇବାକୁ ଅତ୍ୟନ୍ତ ନିଖୁଣ ସ୍ୱାସ୍ଥ୍ୟ ଓ ସୁରକ୍ଷା

ସର୍ତ୍ତାବଳୀ ଆଧାରରେ ଡିଜାଇନ କରାଯାଇଛି ଏବଂ କମ୍ପାନୀସମୂହର ସଂପ୍ରତି ରହିଥିବା ଆଶ୍ୱସ୍ତି ପ୍ରଦାନକାରୀ ବୀମାକୃତ ସୁରକ୍ଷିତ ଭ୍ରମଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ ଓ

ପରିବର୍ଦ୍ଧିତ କରୁଛି ।


ଗ୍ରାହକମାନଙ୍କର ଆଚରଣ ଏବଂ ଭ୍ରମଣ ଆବଶ୍ୟକତାକୁ ଅଧିକ ଭଲ ଭାବରେ ବୁଝିବା ପାଇଁ ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ୨୦୨୧ ଜୁନ୍‍ ମାସରେ

୪ହଜାରରୁ ଅଧିକ ଗ୍ରାହକଙ୍କୁ ନେଇ ସର୍ଭେ କରିଥିଲେ । ଉକ୍ତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି ଯେ ଜନସାଧାରଣଙ୍କ ମଧ୍ୟରେ ଭ୍ରମଣକୁ ନେଇ ଦୃଢ ଚାହିଦା/ଆଗ୍ରହ

ରହିଛି ଏବଂ ତାହାସହିତ କୋଭିଡ ସମୟରେ ଭ୍ରମଣ କରିବାବେଳେ ବିଭିନ୍ନ ମୁଖ୍ୟ ବିଷୟ/ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବା ମଧ୍ୟ ସେମାନେ ଚାହାନ୍ତି । ସର୍ଭେ

ସମୟରେ ଉଲ୍ଲେଖନୀୟ ୬୯% ଲୋକ ୨୦୨୧ରେ କଟକଣା କୋହଳ ହେବା ପରବର୍ତ୍ତୀ ସମୟରେ ଭ୍ରମଣ କରିବାକୁ ଅଧିକ ଆଗ୍ରହ ଦେଖାଇଥିବାବେଳେ ୧୮%

ଲୋକ ତାଲାବନ୍ଦ ଉଠିବା ପରେ ତୁରନ୍ତ ଭ୍ରମଣରେ ଯିବା ଏବଂ ୫୧% ତିନିରୁ ଛଅମାସ ମଧ୍ୟରେ ଭ୍ରମଣ କରିବାକୁ ଇଛା ବ୍ୟକ୍ତ କରିଥିଲେ । ସେହିଭଳି ପ୍ରାୟ ୮୧%

ଲୋକ ଫେରସ୍ତଯୋଗ୍ୟ / ବାତିଲ କ୍ଷେତ୍ରରେ ଶୂନ୍ୟ ଅର୍ଥ କାଟ କରାଯିବା ଭଳି ଉତ୍ପାଦ ସେମାନେ ଆବଶ୍ୟକ କରୁଥିବା ଦୋହରାଇଥିଲେ । ୫୨% ଲୋକ ବଛାବଛା

ପୂର୍ଣ୍ଣାଙ୍ଗ ଭାବରେ ପ୍ରକୋଷ୍ଠଗୁଡିକର ପୁନଃ ବିଶୋଧନ ଏକ ମୁଖ୍ୟ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ତାହାସହିତ ହୋଟେଲ କର୍ମଚାରୀ ଓ ଡ୍ରାଇଭରମାନେ ସଂପୂର୍ଣ୍ଣ

ଭାବରେ ଟିକାକରଣ କରାଯିବା ଯଥାକ୍ରମେ ୪୮% ଓ ୩୪% ଲୋକ ଚାହିଁଥିଲେ ।


ଗ୍ରାହକଙ୍କ ମନ ଭିତରେ ଥିବା ଦ୍ୱନ୍ଦ୍ୱ ଦୂରକରି ସେମାନଙ୍କ ମଧ୍ୟରେ ଆସ୍ଥାଭାବ ସୃଷ୍ଟି କରିବାକୁ ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ପକ୍ଷରୁ ଟ୍ରାଭଶିଲ୍ଡର ପରିକଳ୍ପନା

କରାଯାଇଛି ଯାହା ଶାରୀରିକ ନିରାପତ୍ତା ସହିତ ମାନସିକ ଓ ଆର୍ଥିକ ସୁରକ୍ଷାର ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବ । ଆପୋଲୋ କ୍ଲିନିକ୍ସ ସହଯୋଗରେ ପ୍ରସ୍ତୁତ ଏହି ପୂର୍ଣ୍ଣାଙ୍ଗ

ଏବଂ ଅତ୍ୟନ୍ତ ଯତ୍ନଶୀଳ ସ୍ୱାସ୍ଥ୍ୟ ଓ ନିରାପତ୍ତା ଭରସା ପ୍ରଦାନକାରୀ କାର୍ଯ୍ୟକ୍ରମକୁ ଟ୍ରାଭଶିଲ୍ଡରେ ଅନ୍ତର୍ନିବେଶ କରାଯାଇଛି । ଗ୍ରାହକଙ୍କ ଯାତ୍ରାର ପ୍ରତଟି ପର୍ଯ୍ୟାୟରେ ସମସ୍ତ

ବୟସ ବର୍ଗର ଜନସାଧାରଣଙ୍କୁ ଏକ ଚାପମୁକ୍ତ ଏବଂ ନିରାପଦ ଅନୁଭୂତି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟ୍ରାଭଶିଲ୍ଡ ବହୁବିଧ ଗ୍ରାହକ ଫାଇଦା ଯୋଗାଇ ଦେଉଛି ।

ସେଥିମଧ୍ୟରେ ଭ୍ରମଣ ପୂର୍ବରୁ ବିକ୍ରୟ ଓ ସେବା ସମୟରେ ସଂସର୍ଗ ବିହୀନ ବିନିମୟ, ନିରାପତ୍ତା ସର୍ତ୍ତାବଳୀ ସହିତ ବିଶୋଧନ କରାଯାଇଥିବା ଶାଖାସମୂହ, ଟିକାକରଣ

କରାଯାଇଥିବା ଭ୍ରମଣ ପରାମର୍ଶଦାତା ଏବଂ ସଂସର୍ଗ ବିହୀନ ଅର୍ଥ ପୈଠ ବିକଳ୍ପ ଆଦି ଅନ୍ତର୍ଭୁକ୍ତ ।


ଗ୍ରାହକମାନେ ନିରାପଦରେ ବୁକିଂ କରିବା କ୍ଷେତ୍ରରେ ମାଗଣାରେ ତାରିଖ ପରିବର୍ତ୍ତନ ଓ ବାତିଲ କରିବାର ସୁବିଧା, କୋଭିଡ-୧୯ ବୀମା ସୁବିଧା, ୨୪ ଘଣ୍ଟିଆ ଦ୍ୱାରପାଳ ଓ ଜରୁରୀ ଯୋଗାଯୋଗ ସହାୟତା, ଆପୋଲୋ କ୍ଲିନିକ୍ସ ସହଭାଗିତାରେ ଫୋନ୍‍ କଲରେ ଡାକ୍ତରର ଆସି ପହଞ୍ଚିବାର ଚବିଶ ଘଣ୍ଟିଆ ବ୍ୟବସ୍ଥା, ବିମାନରେ ଟିକାକରଣ କରାଯାଇଥିବା/କୋଭିଡ-୧୯ ନେଗେଟିଭ ହୋଇଥିବା ବିମାନ କର୍ମଚାରୀ, ଏଚଇପିଏ ବାୟୁ ପରିଶୋଷଣ ବ୍ୟବସ୍ଥା, ଟିକାକରଣ କରାଯାଇଥିବା/ କୋଭିଡ-୧୯ ନେଗେଟିଭ ଥିବା ଡ୍ରାଇଭର, ଗୁଣାତ୍ମକ ମାନର ହୋଟେଲ ସହଭାଗୀ, ବିଶୋଧନ କରାଯାଇଥିବା ଏବଂ ନିରାପଦ ପ୍ରକୋଷ୍ଠ, ଟିକାକରଣ କରାଯାଇଥିବା/କୋଭିଡ-୧୯ ନେଗେଟିଭ ହୋଇଥିବା କର୍ମଚାରୀ ଆଦି ମଧ୍ୟ ସୁନିଶ୍ଚିତ କରାଯିବ । 


ବହୁ ଆବଶ୍ୟକ ଆର୍ଥିକ ସମର୍ଥନ ଯୋଗାଇଦେବାକୁ କମ୍ପାନୀଗୁଡିକ ଏକ ଅନନ୍ୟ ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ୍‍ ୟୁ ରିଟଣ୍ଣ ଯୋଜନା ପ୍ରଚଳନ କରିଛନ୍ତି, ଯାହା ଗ୍ରାହକଙ୍କୁ ନମନୀୟତା ପ୍ରଦାନ କରିବା ସହିତ ସେମାନେ ଛୁଟି କଟାଇ ଫେରିବା ପରେ ସେମାନଙ୍କୁ ଅର୍ଥ ପୈଠ କରିବାର ଫାଇଦା ଯୋଗାଇଦେବ ।


ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ ୟୁ ରିଟଣ୍ଣ ସହିତ ମିଶି ଟ୍ରାଭଶିଲ୍ଡ କମ୍ପାନୀଗୁଡିକର ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ପ୍ରତିବଦ୍ଧତାକୁ ସୂଚାଉଛି, ଭ୍ରମଣକାଳୀନ ଅନୁଭୂତିକୁ ସରଳ କରୁଛି ଏବଂ ଉଲ୍ଲେଖନୀୟ ସଂଚୟ ସୁବିଧା ପ୍ରଦାନ କରୁଛି, ଏବଂ ଏହାଦ୍ୱାରା ଭ୍ରମଣକୁ ନିରାପଦ, ନମନୀୟ, ସମସ୍ୟା ରହିତ ଏବଂ ୱାଲେଟ କ୍ଷେତ୍ରରେ ସହଜ କରି ଗଢିଚୋଳୁଛି ।


ଥୋମାସ କୁକ୍‍ (ଇଣ୍ଡିଅ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମାଧବନ ମେନନ କହିଛନ୍ତି, “ଥୋମାସ କୁକ୍‍ ଏବଂ ଏସଓଟିସିରେ ଆମେ ଆମ ଗ୍ରାହକଙ୍କ ନିରାପତ୍ତାକୁ

ଅତ୍ୟନ୍ତ ପ୍ରାଧାନ୍ୟ ଦେଉଛୁ ଏବଂ ଆମର ଭ୍ରମଣ ସେବା ବିଶ୍ୱସ୍ତରୀୟ ନିରାପତ୍ତା ମାନ ଯେଭଳି ପୂରଣ କରିବ ସେଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଉଛୁ । ୨୦୨୦ରେ

ଆମେ ଆପୋଲୋ କ୍ଲିନିକ୍ସ ସହିତ ମିଶି ଥୋମାସ କୁକ୍‍ ଓ ଏସଓଟିସି ଆସ୍ୟୋର୍‍ଡ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲୁ, ଯାହା ଭାରତରେ ନିରାପଦ ଭ୍ରମଣ ନିମନ୍ତେ ଏକ

ଗ୍ରହଣୀୟ ମାନକ ହୋଇପାରିଛି ।


ଭ୍ରମଣ ପୁନଃ ଉନ୍ମୁକ୍ତ ହେଉଥିବାବେଳେ ଆମ ଗ୍ରାହକଙ୍କୁ ବିବିଧ ଛୁଟି କଟାଇବା, ବ୍ୟବସାୟିକ ଭ୍ରମଣ ଏବଂ ଏମଆଇସିଇ ଆଦି ନିମନ୍ତେ ନିରାପଦରେ ଭ୍ରମଣ

କରିବାକୁ ମୁଁ ସଗର୍ବେ ଥୋମାସ କୁକ୍‍ ଓ ଏସଓଟିସିର ଏକ ନିଶ୍ଚିତ ଭ୍ରମଣ ନିରାପତ୍ତା ପ୍ରତିବଦ୍ଧତା ଯୋଜନା ଟ୍ରାଭଶିଲ୍ଡ ଉପସ୍ଥାପନ କରୁଛି । ଟ୍ରାଭଶିଲ୍ଡ ଆମର ସଂପ୍ରତି

ରହିଥିବା ଭରସାଯୋଗ୍ୟ ଭ୍ରମଣ କାର୍ଯ୍ୟକ୍ରମକୁ ଅଧିକ ଦୃଢିଭୂତ ଓ ପରିବର୍ଦ୍ଧିତ କରିବା ସହିତ ଗ୍ରାହକଙ୍କ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ସୂକ୍ଷ୍ମା୍‍ତିସୂକ୍ଷ୍ମ ସ୍ୱାସ୍ଥ୍ୟ ଓ ନିରାପତ୍ତା

ଦିଗକୁ ସୁନିଶ୍ଚିତ କରୁଛି । ଆମ ଗ୍ରାହକଙ୍କୁ ଫାଇଦା ପହଞ୍ଚାଇବା ଏବଂ ସେମାନଙ୍କ ମନରେ ଥିବା ଆଶଙ୍କା ଦୂର କରିବାକୁ ଟ୍ରାଭଶିଲ୍ଡ ପୁନଃବୁକିଂ/ବାତିଲ, ଆମ ସେଫ

ହଲିଡେ ହେଲ୍‍ପଲାଇନ ଜରିଆରେ ଭ୍ରମଣ ସମ୍ପର୍କିତ ନିର୍ଦ୍ଦେଶାବଳୀ ଉପରେ ମାର୍ଗଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ନମନୀୟତା ଯୋଗାଇ ଦେଉଛି ଏବଂ ଭ୍ରମଣ ସମୟରେ

ଜରୁରୀ ଆବଶ୍ୟକତା ସମୟରେ ଡାକ୍ତର ପହଞ୍ଚାଇବା ଦାୟିତ୍ୱ ମଧ୍ୟ ନେଉଛି ।


ଆମ ଗ୍ରାହକଙ୍କ ଆର୍ଥିକ ବୋଝ ଲାଘବ କରିବାକୁ ଆମେ ମଧ୍ୟ ଆମର ଅନନ୍ୟ ଏବଂ ଅର୍ଥପୂର୍ଣ୍ଣ ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ ୟୁ ରିଟଣ୍ଣ ଯୋଜନା ପ୍ରଚଳନ କରିଛୁ ।

ଆମର ପ୍ରୟାସ ହେଉଛି ଆମ ଗ୍ରାହକମାନେ ଯେଭଳି ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ଜରିଆରେ ଛୁଟି କଟାଇବା ସମୟରେ ପୂର୍ଣ୍ଣ ମାନସିକ ଶାନ୍ତି ପାଇପାରିବେ

ତାହା ସୁନିଶ୍ଚିତ କରିବାକୁ ଶାରୀରିକ ଏବଂ ଆର୍ଥିକ ନିରାପତ୍ତାର ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟିଦେବା ।” 


Powered by Froala Editor

Tags thomas cook

Related articles Odisha News Lens 4.1

  •  ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ
    ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15054
    Oct 18, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13869
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14964
    Oct 17, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14355
    Oct 17, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15075
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15639
    Oct 17, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    13913
    Oct 18, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା
    ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14302
    Oct 18, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14048
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14355
    Oct 17, 2026
  • ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15075
    Oct 17, 2026
  • ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14302
    Oct 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17193
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17888
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18257
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14302
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15333
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14696
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14795
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15797
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14622
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13988
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15815
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14355
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14964
    Oct 17, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    13913
    Oct 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In