ଜନ୍ମ ହେଲା ୩୨ ଦାନ୍ତ ଥିବା ଶିଶୁ
ନୂଆଦିଲ୍ଲୀ: ସାଧାରଣତଃ ଶିଶୁଟିଏ ଜନ୍ମ ହେଲା ବେଳେ ତାର ଦାନ୍ତ ଉଠି ନଥାଏ । ସମୟ କ୍ରମେ ଧିରେ ଧିରେ ଦାନ୍ତ ଉଠିଥାଏ ଏବଂ ସେହି ଦାନ୍ତ ଉପୁଡ଼ି ଆଉ ନୂଆ ଦାନ୍ତ ଉଠିଥାଏ । ଅର୍ଥାତ ପିଲାମାନେ ଦାନ୍ତ ବିନା ଜନ୍ମ ହୁଅନ୍ତି । କିନ୍ତୁ ଏହା ସମ୍ଭବ କି ଗୋଟିଏ ଶିଶୁ ୩୨ ଦାନ୍ତ ସହ ଜନ୍ମ ନେବା ? ତେବେ ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବହୁତ କ୍ୱଚିତ୍ କ୍ଷେତ୍ରରେ, ଶିଶୁଟି ଦାନ୍ତ ସହିତ ଜନ୍ମ ନିଏ । ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଶିଶୁ ବିଷୟରେ ତାଙ୍କ ମା କହିଛନ୍ତି ଯେ ସେ ୩୨ ଦାନ୍ତ ସହିତ ଜନ୍ମ ହୋଇଛି ।
ଯେତେବେଳେ ଶିଶୁମାନେ ବଡ ହୁଅନ୍ତି, ସେତେବେଳେ ସେମାନଙ୍କର କ୍ଷୀର ଦାନ୍ତ ମଧ୍ୟ ବିକଶିତ ହେବାକୁ ଲାଗେ । ୨୦ ବର୍ଷ ବୟସ ପରେ ଏଗୁଡ଼ିକର ବିକାଶ ହୋଇଥିବା ଦେଖାଯାଇଛି । କିନ୍ତୁ ଏହି ଶିଶୁଟିର ସମ୍ପୂର୍ଣ୍ଣ ୩୨ଟି ଦାନ୍ତ ଅଛି। ଯେଉଁଥିରେ ଶିଶୁର ଜ୍ଞାନ ଦାନ୍ତ ମଧ୍ୟ ରହିଛି । ତେବେ ଏହି ଅସ଼୍ବଭାବିକ ଘଟଣା ଶିଶୁଟିର ମାଆ ସେୟାର କରିବା ପରେ ସାମ୍ନାକୁ ଆସିଛି । ସେ ଏକ ଭିଡିଓ ପୋଷ୍ଟ କରି ଶିଶୁଟିକୁ ଏକ ଅସାଧାରଣ ରୋଗ ହୋଇଥିବା କହିଛନ୍ତି । ଏଥିସହିତ ସେ ଶିଶୁଟିର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।
Powered by Froala Editor