ଧୋତି ପିନ୍ଧିଥିବାରୁ ମଲ୍ରେ ମିଳିଲାନି ଏଣ୍ଟ୍ରି
ବେଙ୍ଗାଲୁରୁର ସୁରକ୍ଷା କର୍ମଚାରୀଙ୍କ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଧୋତି ପିନ୍ଧିଥିବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅସମ୍ମାନିତ କରାଯାଇଛି। ନିଜ ପୁଅ ସହ ଏକ ମଲ୍କୁ ଯାଉଥିବା ବେଳେ ବେଶ ପୋଷାକ ହେତୁ ତାଙ୍କୁ ମଲ୍ରେ ଏଣ୍ଟ୍ରି କରାଇ ଦିଆଯାଇନି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ମଲ୍ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରୁଛନ୍ତି ୟୁଜର୍ସ ।
ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧଙ୍କ ପୁଅ ଏହି ଘଟଣାକୁ ନେଇ କହିଛନ୍ତି, ‘ମୁଁ ମୋର ବାପାଙ୍କୁ ନେଇ ମଲ ଭିତରେ ଥିବା ସିନେମାହଲକୁ ସିନେମା ଦେଖିବା ପାଇଁ ଆସିଥିଲି। ସିନେମା ପାଇଁ ଟିକେଟ ବୁକ୍ ଥିବା ସତ୍ତ୍ବେ ସୁରକ୍ଷାକର୍ମୀମାନେ ମୋର ବାପାଙ୍କ ପୋଷାକ ପରିଧାନ ପାଇଁ ମଲ୍ ଭିତରକୁ ଯିବାକୁ ଦେଇ ନଥିଲେ।
ଏମିତିକି ମୋର ବୃଦ୍ଧବାପା ଉକ୍ତ ସୁରକ୍ଷା କର୍ମଚାରୀମାନଙ୍କୁ ଅନୁରୋଧ କରି କହିଥିଲେ, ‘ବାବୁରେ ମୁଁ ବହୁତ ଦୂରରୁ ଆସିଛି। ପୋଷାକ ବଦଳାଇବାର କୌଣସି ସୁବିଧା ନାହିଁ।’ ବାପାଙ୍କ ଏଭଳି ଅନୁରୋଧ ସତ୍ତ୍ବେ ସୁରକ୍ଷାକର୍ମୀମାନେ ଆମକୁ ପ୍ରବେଶ କରାଇ ଦେଇ ନଥିଲେ। କହିଥିଲେ ଯଦି ମଲରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ପ୍ୟାଣ୍ଟ ପିନ୍ଧିବାକୁ ପଡ଼ିବ।
Powered by Froala Editor