ବିବାହ ବାର୍ଷିକୀରେ ଲୁଟ୍ର ଶିକାର ହେଲେ ଦିବ୍ୟାଙ୍କା
ସିଲିଏଲ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ବିଦେଶରେ ଲୁଟର ଶିକାର ହୋଇଛନ୍ତି । ବିବାହ ବାର୍ଷିକୀ ପାଳନ ପାଇଁ ସ୍ୱାମୀଙ୍କ ସହ ୟୁରୋପ ଯାଇଥିବାବେଳେ ତାଙ୍କ କାର୍ କାଚ ଭାଙ୍ଗି ଚୋର ଲୁଟି ନେଇଛନ୍ତି ମୂଲ୍ୟବାନ ସାମଗ୍ରୀ । ଯଦିଓ ଦିବ୍ୟାଙ୍କା ଏବେ ଭାରତ ଫେରି ଆସିଛନ୍ତି ତଥାପି ଲୁଟ ପାଇଁ ତାଙ୍କ ମନ ଦଃଖ ଅଛି ।
ଦିବ୍ୟାଙ୍କା ତ୍ରିପାଠୀ ତାଙ୍କ ସ୍ବାମୀଙ୍କ ସହିତ ୮ମ ବିବାହ ବାର୍ଷିକ ପାଳନ କରିବା ପାଇଁ ବିଦେଶ ଯାଇଥିଲେ। ଦିବ୍ୟଙ୍କାଙ୍କ ସ୍ବାମୀ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି କହିଥିଲେ, '୮ମ ବିବାହ ବାର୍ଷିକ ପାଳନ କରିବା ପାଇଁ ଆମେ ୟୁରୋପ ଯାତ୍ରା କରିଥିଲୁ। ଏହି ଯାତ୍ରା ଆମର ଭଲରେ ଯାଉଥିଲା। ଆମେ ଫ୍ଲୋରେନ୍ସରେ ରହିବାକୁ ଆସିଥିଲୁ। ଯେଉଁ ହୋଟେଲରେ ରହିବାର ଥିଲା ତାହାକୁ ଆମେ ଦେଖିବାକୁ ଯାଉଥିଲୁ।
ତେଣୁ ପାର୍କିଂରେ କାର ଛାଡ଼ି ଦେଇଥିଲୁ। ହୋଟେଲ ଦେଖି କାରରୁ ଜିନିଷ ନେବାକୁ ଯାଉଥିବା ବେଳେ କାରର କାଚ ଭାଙ୍ଗି ଦିଆଯାଇଥିଲା। କାର ଭିତରେ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଥିଲା। ଆମେ ସ୍ଥାନୀୟ ପୁଲିସକୁ ଏଘଟଣା ବିଷୟରେ ଜଣାଇଥିଲୁ। ସେମାନେ ସିସିଟିଭି ଫୁଟେଜ ବିନା ମାମଲା ରୁଜୁ କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ପୁଲିସ ଷ୍ଟେସନ ବନ୍ଦ ହୋଇଯାଇଥିଲା।
ଦିବ୍ୟାଙ୍କା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, 'ମୁଁ ଏବଂ ବିବେକ ଠିକ ଅଛୁ। କିନ୍ତୁ ଆମର ପାସପୋର୍ଟ, କିଛି ଜରୁରୀ ଓ ମୂଲ୍ୟବାନ ସମାଗ୍ରୀ ଚୋରି ହୋଇଯାଇଛି।'
ଲୁଟର ଶିକାର ହେବାପରେ ଦିବ୍ୟାଙ୍କା ତାଙ୍କ ସ୍ବାମୀଙ୍କ ସହିତ ମଙ୍ଗଳବାର ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ସମୟରେ ଦିବ୍ୟାଙ୍କା ଗଣମାଧ୍ୟମକୁ କହିଥିଲେ,'ବିଦେଶରୁ ନିଜ ଘରକୁ ଫେରିବା ପରେ ଶାନ୍ତି ଲାଗୁଛି।
Powered by Froala Editor