ପ୍ରଥମ କେମୋ ପରେ କାମକୁ ଫେରିଲେ ହିନା
ସ୍ତନ କର୍କଟରେ ପୀଡିତ ହିନା ଖାନ ପ୍ରଥମ କେମୋ ଥେରାପି ପରେ କର୍ମସ୍ଥଳକୁ ଫେରିଛନ୍ତି । କେମୋ ବେଳେ ସେ ତାଙ୍କ ଚୁଟି କାଟିଦେଇଥିଲେ । ତେଣୁ ନୂଆ ହେୟାର ଷ୍ଟାଇଲ ଓ ନୂଆ ଆତ୍ମବିଶ୍ୱାସର ସହ ସେ କାମକୁ ଫେରିଛନ୍ତି ।
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ନିକଟରେ ସ୍ତନକର୍କଟ ରୋଗରେ ପୀଡ଼ିତ ଥିବା ସୂଚନା ନିଜେ ଇନଷ୍ଟାଗ୍ରାମ ଜରିଆରେ ଦେଇଥିଲେ। କର୍କଟ ଚିକିତ୍ସା ଚାଲିଥିବା ସମୟରେ ସେ କିମୋଥେରାପିର ଏକ ରାଉଣ୍ଡ ଶେଷ କରିଛନ୍ତି। ନିକଟରେ ସେ କାମକୁ ଫେରିଥିବା ସୂଚନା ମିଳିଛି।
ହିନା କିମୋଥେରାପିର ପ୍ରଥମ ପର୍ଯ୍ୟାୟ ଶେଷ କରିବା ପରେ ସୁଟିଂ ପାଇଁ ସେଟରେ ପହଞ୍ଚିଛନ୍ତି। ହିନା କହିଛନ୍ତି, ” କିମୋଥେରାପି ପରେ ଏହା ମୋର ପ୍ରଥମ ସୁଟ। ମୁଁ ଟିକିଏ ବିବ୍ରତ ଅଛି, କିନ୍ତୁ ସମସ୍ତେ ମୋତେ ସମର୍ଥନ କରୁଛନ୍ତି। ଷ୍ଟିଚ୍ ଲୁଚାଇବାକୁ ଚେଷ୍ଟା କରୁଛି ।
ହିନା ତାଙ୍କ ସଂଘର୍ଷମୟ ଯାତ୍ରାରେ ନିଶ୍ଚିୟ ସଫଳ ହେବେ ବୋଲି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଆସୁଛନ୍ତି। ଏତେ ବଡ଼ ରୋଗରେ ପୀଡ଼ିତ ଥାଇ ମଧ୍ୟ ହିନା ହାର ମାନି ନାହାନ୍ତି। ତାଙ୍କ ଆତ୍ମବିଶ୍ବାସ ବାସ୍ତବରେ ପ୍ରଶଂସାଯୋଗ୍ୟ। ତାଙ୍କ ଏହି ଆତ୍ମବିଶ୍ବାସ ଖୁବ ପ୍ରେରଣା ଯୋଗାଉଛି।
Powered by Froala Editor