ତାପସୀଙ୍କ ଷ୍ଟାଇଲ୍କୁ କ୍ରିଟିସାଇଜ୍ କଲେ ରଙ୍ଗୋଲି

ତାପସୀ ପନ୍ନୁଙ୍କ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଲାଗେ । ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି । କିଛି ଦିନ ତଳେ ତାପସୀ ଶାଢୀ ପିନ୍ଧି ଋଷ ରାସ୍ତାରେ ଫଟୋ ସୁଟ କରିଥିଲେ । ଋଷର ସେଣ୍ଟ ପିଟର୍ସବର୍ଗ ରାସ୍ତାରେ ତାପସୀ ନୀଳ ବ୍ଲାଉଜ ସାଙ୍ଗକୁ ହଳଦିଆ ଶାଢ଼ୀ ପିନ୍ଧି ପାଦରେ ସ୍ନିକର ପିନ୍ଧିଥିଲେ। କେବଳ ସେତିକି ନୁହେଁ କଲା ଚଷମା ପିନ୍ଧି ଜୁଡା ମଧ୍ୟ ବାନ୍ଧିଥିଲେ । ତାପସୀଙ୍କ ଏହି ଷ୍ଟାଇଲିସ୍ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା । ହେଲେ କଙ୍ଗନା ରଣାୱତ ଭଉଣୀ ରଙ୍ଗୋଲି ତାଙ୍କୁ କ୍ରିଟିସାଇଜ କରିଛନ୍ତି । ଏପରିକି ତାପସୀଙ୍କ ମଜାକ ଉଡ଼ାଇ ତାଙ୍କୁ କଙ୍ଗନାଙ୍କ 'କ୍ରିପି ଫ୍ୟାନ୍' କହିବାକୁ ପଛାଇ ନାହାନ୍ତି। କେବଳ ସେତିକି ନୁହେଁ, ତାପସୀଙ୍କୁ 'ବିନା ଟ୍ୟାଲେଣ୍ଟ' ଓ ଅନ୍ୟ ଲୁକ୍କୁ କପି କରୁଥିବା ମହିଳା ବୋଲି କହିବାକୁ ପଛାଇ ନାହାନ୍ତି। ରଙ୍ଗୋଲିଙ୍କ ଏହି ପୋଷ୍ଟ ସୋସାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଭଉଣୀ କଙ୍ଗନାଙ୍କ ଗୁଣଗାନ କରିବା ସହ ସେ ଜଣେ ଗ୍ରେଟ ଷ୍ଟାଇଲ ଆଇକନ୍ ବୋଲି କହିଛନ୍ତି। ଶାଢି ପ୍ରତି ଆଜିର ଭାରତୀୟ ମହିଳାଙ୍କୁ ଆକର୍ଷିତ କରିବା ସହ ହ୍ୟାଣ୍ଡଲୁମ୍ ଶିଳ୍ପକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କଙ୍ଗନା ଶାଢି ପିନ୍ଧା ଫଟୋ ପୋଷ୍ଟ କରୁଥିବା ସେ କହିଛନ୍ତି।
ତେଣୁ ତାପସୀଙ୍କ ଫଟୋକୁ ଇଙ୍ଗିତ କରି ରଙ୍ଗୋଲି କମେଣ୍ଟ କରିଛନ୍ତି, ଏବେକାର ମହିଳାମାନେ କଙ୍ଗନାଙ୍କ ଦ୍ୱାରା ପ୍ରେରିତ ହେବା ସହ ତାଙ୍କୁ ଫଲୋ କରୁଥିବା ଜାଣି ଖୁବ୍ ଖୁସି ଲାଗୁଛି। କିନ୍ତୁ ଏପରି କିଛି ପାଗଳ ଫ୍ୟାନ୍ ଅଛନ୍ତି, ଯେଉଁମାନେ କଙ୍ଗନାଙ୍କ ସବୁ ହାବଭାବ, ଷ୍ଟାଇଲକୁ ରିସର୍ଚ୍ଚ କରି ତାହାକୁ ଫଲୋ କରୁଛନ୍ତି, ଯେପରି ତାଙ୍କର ନିଜର କିଛି ଟ୍ୟାଲେଣ୍ଟ ନାହିଁ ।
Powered by Froala Editor