ପୁରୀରେ ଅଭାବନୀୟ ଘଟଣା: ବଡଦାଣ୍ଡରେ ଦୁଇ ମହିଳାଙ୍କୁ ଘୋଷାଡି ନେଲା କାର
ପୁରୀ : ପୁରୀରେ ଅଭାବନୀୟ ଘଟଣା ଘଟିଛି। ବଡଦାଣ୍ଡରେ ଦୁଇ ଜଣ ମହିଳାଙ୍କୁ ଘୋଷାଡି ନେଇଛି କାର୍। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବଡଦାଣ୍ଡରେ ଦୁଇ ଜଣ ମହିଳା ସଫେଇ କାର୍ଯ୍ୟ କରୁଥିବାବେଳେ ଏକ ଦ୍ରୁତଗାମୀ କାର୍ ସେମାନଙ୍କୁ ଧକ୍କା ଦେବା ପରେ ୫୦ ମିଟର ଘୋଷାଡି ନେଇଛି। ଗୁରୁତର ଦୁଇ ମହିଳା ଗୌରୀ ଦେହୁରୀ ଏବଂ ଦେବଜାନୀ ନାୟକ ବୋଲି ଜଣାପଡିଛି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକ ଗୋଡେଇ ଗୋଡେଇ କାରକୁ ଧରିବା ସହ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଛି। ଲୋକଙ୍କ ମାଡରେ ଆହତ ଗାଡ଼ି ଚାଳକକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Powered by Froala Editor