ବିଏସ୍ପିର ତାମିଲନାଡ଼ୁ ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା
ତାମିଲନାଡ଼ୁ ବିଏସ୍ପିର ପ୍ରଦେଶ ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ପ୍ରାଥମିକ ତଦନ୍ତ ବେଳେ ପଚରା ଉଚରା କରୁଥିବା ୮ ଜଣଙ୍କୁ ଗିରଫ କରିଛି ପୁଲିସ।
ଚେନ୍ନାଇ ପୁଲିସର ଅଧିକାରୀ କହିଛନ୍ତି ଯେ, ବହୁଜନ ସମାଜ ପାର୍ଟି(ବିଏସ୍ପି)ର ତାମିଲନାଡ଼ୁ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ଅପରାହ୍ନରେ ଚେନ୍ନାଇର ପେରାମ୍ବୁରସ୍ଥିତ ନିଜ ବାସଭବନ ନିକଟରେ ୮ ଦୁର୍ବୃତ୍ତ ଘେରିଯାଇ ହତ୍ୟା କରିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ପାର୍ଟି ସୁପ୍ରିମୋ ମାୟାବତୀ ଶୋକ ପ୍ରକାଶ କରିବା ସହ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ ବୋଲି କହିଛନ୍ତି। ଏଥିସହ ଦୋଷୀଙ୍କ ବିରୁଦ୍ଧର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ମାୟାବତୀ।
Powered by Froala Editor