ପୁଅ ବିବାହ ନିମନ୍ତ୍ରଣ କରିବାକୁ ସୋନିଆଙ୍କ ଘରେ ମୁକେଶ ଅମ୍ବାନି

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଦେଶ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ଅବସରରେ ମୁକେଶ ଅମ୍ବାନୀ ନିଜେ ବିବାହ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି। ମୁକେଶ ଅମ୍ବାନୀ ଗୁରୁବାର ଦିଲ୍ଲୀର ୧୦ ଜନପଥରେ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ବାସଭବନ ଯାଇ ତାଙ୍କୁ ଭେଟିଛନ୍ତି । କଂଗ୍ରେସ ସବୁବେଳେ ମୁକେଶ ଅମ୍ବାନିଙ୍କୁ ଟାର୍ଗେଟ୍ କରୁଥିବାରୁ ଏହି ସାକ୍ଷାତକୁ ବେଶ ଗୁରୁତ୍ବ ଦିଆଯାଉଛି । ତେବେ ମୁକେଶ ନିଜ ପୁଅ ଅନନ୍ତ ଅମ୍ବାନିଙ୍କ ବିବାହ ପାଇଁ ନିମନ୍ତ୍ରଣ କରିବାକୁ ସେଠାକୁ ଯାଇଥିବା ଜଣାଯାଇଛି ।
ଜୁଲାଇ ୧୨ରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ବିବାହର ସମସ୍ତ ରୀତିନୀତି ଆରମ୍ଭ ହୋଇସାରିଛି । ଅନନ୍ତ ଏବଂ ରାଧିକାଙ୍କ ବିବାହ ସମାରୋହ ପୂର୍ବରୁ ମୁମ୍ବାଇସ୍ଥିତ ସେମାନଙ୍କ ବାସଭବନ ଆଣ୍ଟିଲିଆରେ ମାମେରୁ ସମାରୋହ ଅନୁଷ୍ଠିତ ହୋଇଥିଲା।
ମୁକେଶ ଏବଂ ନୀତା ଅମ୍ବାନୀ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ବିଷୟରେ ଲୋକଙ୍କୁ କାର୍ଡ ବଣ୍ଟନ କରୁଛନ୍ତି ଏବଂ ସେମାନଙ୍କୁ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରୁଛନ୍ତି । ମୁମ୍ବାଇରେ ସେ ବ୍ୟକ୍ତିଗତ ଭାବେ ଅନେକ ନେତା ଓ ଅଭିନେତାଙ୍କ ଘରକୁ ଯାଇ ସେମାନଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ। ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଘରେ ପହଞ୍ଚି ପୁଅର ବିବାହ ପାଇଁ ନିମନ୍ତ୍ରଣ କରିଥିଲେ।
Powered by Froala Editor