ଅଭିନେତ୍ରୀ ସ୍ମୃତି ବିଶ୍ବାସଙ୍କ ପରଲୋକ

ହିନ୍ଦୀ, ମରାଠୀ ଏବଂ ବଙ୍ଗଳା ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ନାରଙ୍ଗଙ୍କ ପରଲୋକ ଘଟିଛି। ଅଭିନେତ୍ରୀ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହାରାଷ୍ଟ୍ରର ନାଶିକ ସହରରେ ଜୁଲାଇ ୩, ୨୦୨୪ ବୁଧବାର ଦିନ ସେ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି । ଚଳଚ୍ଚିତ୍ର ନିର୍ମାତା ହନସାଲ ମେହେଟ୍ଟା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଖ୍ରୀଷ୍ଟିଆନ ରୀତିନୀତି ସହିତ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।
୧୯୩୦ ରୁ ୧୯୬୦ ଦଶକ ମଧ୍ୟରେ ତିନି ଦଶନ୍ଧି ଧରି ସ୍ମୃତି ନେକ ଦିଲ, ଅପରାଜିତା ଏବଂ ମର୍ଡନ ଗର୍ଲ ଭଳି ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ସ୍ମୃତି ୧୦ ବର୍ଷ ବୟସରେ ବଙ୍ଗଳା ଫିଲ୍ମ ସନ୍ଧ୍ୟାରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ବଙ୍ଗଳା ଚଳଚ୍ଚିତ୍ର ସନ୍ଧ୍ୟାରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ଗୁରୁ ଦତ୍ତ, ଭି ଶାନ୍ତାରାମ, ମୃଣାଲ ସେନ୍, ବିମଲ ରୟ, ବି.ଆର ଚୋପ୍ରା ଏବଂ ରାଜ କପୁରଙ୍କ ଭଳି ଅନେକ ବିରିଷ୍ଠ ଅଭିନେତାଙ୍କ ସହ କରିଥିଲେ।
ତାଙ୍କୁ ଶେଷ ଥର ପାଇଁ ହିନ୍ଦୀ ଚଳଚ୍ଚିତ୍ର ମଡେଲ ଗାର୍ଲ (୧୯୬୦) ରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଫିଲ୍ମ ନିର୍ମାତା ଏସଡି ନାରଙ୍ଗଙ୍କୁ ବିବାହ କରିଥିଲେ ଏବଂ ଅଭିନୟରୁ ସବୁଦିନ ପାଇଁ ବିଦାୟ ନେଇଥିଲେ । ସ୍ମୃତିଙ୍କର ଦୁଇ ପୁଅ ରାଜୀବ ଏବଂ ସତ୍ୟଜିତ୍ ଅଛନ୍ତି । ସ୍ମୃତି ତାଙ୍କ ଖ୍ରୀଷ୍ଟିଆନ ମିଶନାରୀ ଭଉଣୀଙ୍କ ସହ ରହିବା ପାଇଁ ୨୮ ବର୍ଷ ପୂର୍ବେ ମୁମ୍ବାଇରୁ ନାଶିକକୁ ଯାଇଥିଲେ । ସେ ତାଙ୍କର ଶେଷ ସମୟରେ ଅଭାବୀ ପରିସ୍ଥିତି ସହିତ ସଂଘର୍ଷ କରିଥିଲେ ।
Powered by Froala Editor