ଲୋକସେବା ଭବନରେ ଏହା କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜିଠାରୁ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୋହନ ମାଝୀ।ଏହା ପରେ ମୁଖ୍ୟମନ୍ତ୍ରୀ ଆଜି ଠାରୁ ବିଧିବଦ୍ଧଭାବେ ଲୋକସେବା ଭବନରେ କାର୍ୟ୍ୟଭାର ସମ୍ଭାଳିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ:
- ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ
-ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ
- ଭୌତିକ ପ୍ରଗତୀ ସହ ସାଂସ୍କୃତିକ ପ୍ରଗତରକୁ ଗୁରୁତ୍ୱ ଦିଆଯିବ
- ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ କମିଶନ ଗଠନ ହେବ
-ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ହେବ
-ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ ହେବ
- ଅନୁବାଦ ଏକାଡେମୀ, ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ
ପ୍ରକାଶ ଯେ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ। ତେବେ ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସି ନଥିଲେ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ୟ୍ୟାଳୟ ଖୋଲି କାମ କରୁଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା। ଆଜି ସେହି ପ୍ରକୋଷ୍ଠକୁ ଯାଇଛନ୍ତି ମୋହନ ମାଝୀ।
Powered by Froala Editor