ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗ, କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ
ବିଜେପି ନେତା ତଥା ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କର ଭୁବନେଶ୍ୱର ସ୍ଥିତ ଏମ୍ସରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଶ୍ରୀ ମାଢ଼ି ଦୀର୍ଘ ଦିନ ହେଲା କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଦୁଇ ବର୍ଷ ତଳେ ତାଙ୍କର କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତଥାପି ସେ ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରିର ବିକାଶରେ ବିଧାୟକ ଭାବେ ଆଦିତ୍ୟ ମାଢ଼ିଙ୍କ ବଳିଷ୍ଠ ଯୋଗଦାନ ରହିଥିଲା। ଏଥିସହିତ ମାଲକାନଗିରି ଜିଲ୍ଲାରେ ଦଳକୁ ମଜବୁତ୍ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀଙ୍କ ନିକଟରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ।
ଆଦିତ୍ୟ ମାଢ଼ି ୨୦୦୯ ଓ ୨୦୨୪ରେ ମାଲକାନାଗିରିରେ ପରାସ୍ତ ହୋଇଥିଲେ। ତେବେ ୨୦୧୯ରେ ସେ ଏଠାରୁ କଂଗ୍ରେସର ମାଲା ମାଢ଼ିଙ୍କ ଠାରୁ ୨୫,୫୬୯ ଖଣ୍ଡ ଭୋଟରେ ଜିତିଥିଲେ। ଏଥର ମଧ୍ୟ ବିଜେପି ତାଙ୍କୁ ଟିକେଟ ଦେବାର ଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ସକ୍ରିୟ ରାଜନୀତିରୁ ଓହରି ଯାଇଥିଲେ। ତାଙ୍କ ବଦଳରେ ବିଜେପି ନରସିଂହ ମାଡକାମୀଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ମାଲକାନାଗିରିରେ ବିଜୟୀ ହୋଇଥିଲେ।
Powered by Froala Editor