ରଥଯାତ୍ରା ପାଇଁ ୮ ତାରିଖରେ ବନ୍ଦ ରିହବ ବ୍ୟାଙ୍କ, ରାଜସ୍ବ ଓ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ
ଆସନ୍ତା ୮ ତାରିଖ (ସୋମବାର) ଦିନ ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହା ସହ ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ ବି ବନ୍ଦ ରହିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ପାଇଁ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନ ଛୁଟି ରହିବ।
ପୁରୀରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥଯାତ୍ରା ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛନ୍ତି।
Powered by Froala Editor