ଜାମ୍ରେ ଅଧା ଘଣ୍ଟା ଫସିଲେ ମନ୍ତ୍ରୀଙ୍କ ସ୍ତ୍ରୀ, ଟ୍ରାଫିକ୍ ପୋଲିସ ଉପରେ ରାଗିଗଲେ
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ ମନ୍ତ୍ରୀଙ୍କ ପତ୍ନୀ। ହେଲେ ଟ୍ରାଫିକ୍ରେ ଫସି ଯାଇଥିଲେ। ବାସ୍ ଏତିକିରେ ଚିହିଁକି ଉଠି ମୁଁ ମନ୍ତ୍ରୀଙ୍କ ସ୍ତ୍ରୀ କହିଛନ୍ତି, ତୁମକୁ ଦରମା କିଏ ଦେଉଛି? ଏଭଳି କିଛି ଜଣେ ଟ୍ରାଫିକ ପୋଲିସଙ୍କୁ ଆନ୍ଧ୍ରପ୍ରଦେଶର ପରିବହନ ମନ୍ତ୍ରୀ ରାମପ୍ରସାଦ ରେଡ୍ଡିଙ୍କ ପତ୍ନୀ ହରିଥା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ୟୁଜର୍ସମାନେ ସୋସିଆଲ ମିଡିଆରେ ଟ୍ରୋଲ କରୁଥିବାବେଳେ ଦୃଢ଼ଭାବେ ନିନ୍ଦା କରୁଛନ୍ତି । ସେପଟେ ysr କଂଗ୍ରେସ ପକ୍ଷରୁ ଏହାକୁ ଘୋର ବିରୋଧ ମଧ୍ୟ କରାଯାଇଛି ।
ଆନ୍ଧ୍ରପ୍ରଦେଶର ଅନାମୟ ଜିଲ୍ଲା। ମନ୍ତ୍ରୀ ମଣ୍ଡିପାଲ୍ଲୀ ରାମପ୍ରସାଦ ରେଡ୍ଡୀଙ୍କ ପତ୍ନୀ ହରିଥା ରେଡ୍ଡୀ ଏକ ସ୍ଥାନୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ। ହେଲେ ଅଧରାସ୍ତାରେ ଟ୍ରାଫିକ୍ରେ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ସବ୍-ଇନ୍ସପେକ୍ଟରଙ୍କ ପାଇଁ ହରିଥାଙ୍କୁ ପ୍ରାୟ ୩୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ବାସ୍ ଏହାକୁ ନେଇ ସେ ରାଗି ଯାଇଥିଲେ। ଉକ୍ତ ସବ୍ ଇନ୍ସପେକ୍ଟରଙ୍କୁ ସେ ତାଗିଦ କରିଥିଲେ।
ଟ୍ରାଫିକ ପୋଲିସଙ୍କୁ ଡାକିବା ସହ ତାଙ୍କୁ କହିଥିଲେ କି, ତୁମକୁ ଦରମା କିଏ ଦେଉଛି । ଏଭଳି ତାଙ୍କ ସହ ବ୍ୟବହାର କରିଥିବାବେଳେ ସେଠାରେ ଛିଡ଼ା ହୋଇଥିବା କିଛି ଲୋକ ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ସେୟାର କରିବା ସହ ବିଭିନ୍ନ କମେଣ୍ଟମାନେ ଦେଉଛନ୍ତି ।
Powered by Froala Editor