‘ସତ୍ୟନାରାୟଣ କୀ କଥା’ରେ କାର୍ତ୍ତିକ କହିବେ ତାଙ୍କ ହୃଦୟର କଥା

କେତେବେଳେ ହସି ହସି ବେଦମ କରନ୍ତି ତ କେତେବେଳେ ଇମୋସନାଲ କରନ୍ତି । ବଲିଉଡର ଏମିତି ଦିଲ୍ଖୁସ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ତାଙ୍କ ଆଗାମୀ ଫିଲ୍ମ ‘ସତ୍ୟନାରାୟଣ କୀ କଥା’ରେ ଅଭିନୟ ନେଇ ସେ ଖୁବ୍ ଆଶାବାଦୀ । ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ସେ ସୋସିଆଲ୍ ମିଡିଆରେ ଫିଲ୍ମର ଏକ ପ୍ରୋମୋ ସେୟାର କରିଛନ୍ତି। ଏହାସହ ସେ ଉଲ୍ଲେଖ କରିଛନ୍ତି ଯେ "ମୋ ହୃଦୟର ଏକ କାହାଣୀ # ସତ୍ୟନାରାୟଣ କୀ କଥା।" 'ସତ୍ୟନାରାୟଣ କୀ କଥା'ର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପ୍ରଥମ କରି ବଲିଉଡ୍ ଡେବ୍ୟୁ କରିଥିବା ସମୀର ବିଦ୍ବାନ। ତେବେ ଏଥିରେ କାର୍ତ୍ତିଙ୍କ ବିପକ୍ଷରେ ନାୟିକା କିଏ ହେବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତଥାପି କାର୍ତ୍ତିକ ଏହି ଫିଲ୍ମକୁ ନେଇ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ମୋ ହୃଦୟର କଥା ଦର୍ଶକଙ୍କ ନିକଟରେ ପହଞ୍ଚୁ, ଏହା ହିଁ ମୁଁ ଚାହେଁ ।’
Powered by Froala Editor