ବାଚସ୍ପତିଙ୍କୁ ରାହୁଲଙ୍କ ପ୍ରଶ୍ନ, ପ୍ରଧାନମନ୍ତ୍ରୀଙ୍କ ଆଗରେ କାହିଁକି ହେଉଛନ୍ତି ନତମସ୍ତକ
ଗୃହରେ ଜାରି ରହିଛି ହଙ୍ଗାମା । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ଛାଡ଼ୁଛନ୍ତି। ତେବେ ବାଚସ୍ପତିଙ୍କ ନାମରେ ଅଭିଯୋଗ ଆଣିଛନ୍ତି ରାହୁଲ । ରାହୁଲ ଗାନ୍ଧି ଓ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ସଂସଦରେ କଥା କଟାକଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ବେଳେ ବାଚସ୍ପତି କାହିଁକି ସବୁବେଳେ ନତମସ୍ତକ ହୋଇଯାଉଛନ୍ତି ବୋଲି ରାହୁଲ ଗୃହରେ ପ୍ରଶ୍ନ କରିଛନ୍ତି।
ସେ ଗୃହର ଅଧ୍ୟକ୍ଷତା କରୁଥିବା ବାଚସ୍ପତି ବିର୍ଲାଙ୍କୁ କହିଛନ୍ତି, “ଆପଣ ଯେତେବେଳେ ମୋ ସହ ହାତ ମିଳିଇଥିଲେ ସେତେବେଳେ ମୁଁ କିଛି କଥା ନୋଟିସ କରିଥିଲି। ଆପଣ ମୋ ସହ ହାତ ମିଳାଇବା ବେଳେ ଛାତିକୁ ଉପରକୁ କରି ଛିଡ଼ା ହୋଇଥିଲେ। କିନ୍ତୁ ଯେତେବେଳେ ଆପଣ ମୋଦିଜୀଙ୍କ ସହ ହାତ ମିଳାଇଥିଲେ, ସେତେବେଳେ ତାଙ୍କ ଆଗରେ ନତମସ୍ତକ ହୋଇଯାଇଥିଲେ।”
ରାହୁଲଙ୍କ ଏହି ବିବୃତିରେ ବିତରୋଧୀ ଦଳର ସାଂସଦମାନେ ସମର୍ଥନ କରିଥିଲେ । ସେପଟେ ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖି ବାଚସ୍ପତି କହିଥିଲେ କି, ମୋ ସଂସ୍କାର ଅନୁଯାୟୀ, ମୋଠାରୁ ଯିଏ ବଡ଼ ମୁଁ ତାଙ୍କୁ ସମ୍ମାନ ଜଣାଇଥାଏ । ଆଉ ଯିଏ ମୋ ସମସ୍କନ୍ଦ ମୁଁ ତାଙ୍କ ସହ ସିଧା ହାତ ମିଶାଇଥାଏ ।
ତେବେ ବାଚସ୍ପତିଙ୍କ ଏହି ବିବୃତି ପରେ ରାହୁଲ ଗାନ୍ଧି କହିଥିଲେ କି, ଆମେ ଆପଣଙ୍କ କଥାକୁ ସମ୍ମାନ ଦେଉଛି । ତେବେ ଏହି ଗୃହରେ ଆପଣଙ୍କଠାରୁ ବା ବଡ଼ କିଏ? ଏଣୁ ମୋ ସହ ସମସ୍ତ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଆପଣଙ୍କ ସମ୍ମୁଖରେ ନତମତସ୍କ ହେବେ । ତେବେ ଆପଣ ଏହି ଗୃହର ମୁଖ୍ୟ ହୋଇଥିବାବେଳେ ଆପଣଙ୍କ ସମ୍ମୁଖରେ ସମସ୍ତେ ନତମତସ୍କ ହେବା ଉଚିତ । ଆପଣ କାହା ସାମନାରେ ପ୍ରଣାମ କରିବା ଉଚିତ୍ ନୁହେଁ ।
Powered by Froala Editor