ସିଡିଏ ସେକ୍ଟର-୯ ରେ 'ମୋ ବସ୍'ରେ ନିଆଁ
କଟକ: କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ 'ମୋ ବସ୍'ରେ ନିଆଁ ଲାଗିଯାଇଛି। ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା। ପରେ ବସ୍ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ବସ୍ରେ ଥିବା ଯାତ୍ରୀମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ହେଲେ ନିଆଁ ଲାଗି ବସ୍ଟି ଜଳିଯାଇଛି।
Powered by Froala Editor