ପ୍ରିନ୍ସଙ୍କ ଘରକୁ ଆସିବ ନୂଆ ଅତିଥି, ମା’ ହେବେ ୟୁଭିକା
ଲୋକପ୍ରିୟ ରିୟଲିଟି ଶୋ ବିଗ୍ ବସ୍ ୯ର କପଲ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛି। ଦୀର୍ଘ ୬ ବର୍ଷ ପରେ ପ୍ରିନ୍ସ ଏବଂ ୟୁଭିକା ପିତା-ମାତା ହେବାକୁ ଯାଉଛନ୍ତି । ବର୍ତ୍ତମାନ ଏହି କପଲ ଏକ ସୁନ୍ଦର ପୋଷ୍ଟ ସେୟାର କରି ସେମାନଙ୍କର ପ୍ରେଗ୍ନେନ୍ସି ବିଷୟରେ ସେୟାର କରିଛନ୍ତି । ତାଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସେ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ।
ଏହି କପଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଏକ ଲାଲ ରଙ୍ଗର ଖେଳନା କାର ଦେଖିବାକୁ ମିଳିଛି । ଏହା ସହିତ ଏକ ଲମ୍ବା ନୋଟ୍ ମଧ୍ୟ ସେୟାର କରାଯାଇଛି, ଯାହା ପରେ ଫ୍ୟାନ୍ସ ଏବଂ ସେଲିବ୍ରେଟିମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।
ପ୍ରିନ୍ସ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ବିଲ୍ଡିଂ ସମ୍ମୁଖରେ ନାଲି ରଙ୍ଗର ଗୋଟିଏ ବଡ଼ ଜିପ୍ ସହ ଏକା ପରି ଦେଖାଯାଉଥିବା ଛୋଟ ଖେଳନା ଜିପ୍ ଶେୟାର କରି ଲେଖିଛନ୍ତି,‘ହେଲୋ, ମୁଁ ଜାଣିପାରୁ ନାହିଁ ନିଜ ଭାବନାକୁ କିପରି ବ୍ୟକ୍ତ କରିବି । ମୁଁ ଏକା ସାଙ୍ଗେ ଖୁସି ବି ଅଛି ଏବଂ ନର୍ଭସ ବି ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଖୁବ୍ ଶୀଘ୍ର ୟୁଭିକାଙ୍କ ବେବି ଆସିବାକୁ ଯାଉଛି । ମୁଁ ଚାହୁଁଛି ମାତା ପିତାମାନେ ଯେପରି ମୋର ଲାଳନ ପାଳନ କରିଥିଲେ ସେହିପରି ଆମେ ଆସୁଥିବା କୁନି ବେବିକୁ ଭଲ ମଣିଷ କରିବା ପାଇଁ ଚେଷ୍ଟା କରିବୁ । ଜୀବନର ସବୁଠାରୁ ସୁନ୍ଦର ଉପହାର ଦେବା ପାଇଁ ଥ୍ୟାଙ୍କ୍ ୟୁ ବେବି ।’ ପ୍ରକାଶ ଥାଉକି,ବିଗ୍ ବସ୍ ହାଉସରୁ ପ୍ରିନ୍ସ ଏବଂ ୟୁଭିକାଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା । ପରେ ୨୦୨୮ରେ ସେମାନେ ବିବାହ କରିଥିଲେ ।
Powered by Froala Editor