ବାଣ ବିସ୍ଫୋରଣରେ ଜିଅନ୍ତା ଜଳିଗଲେ ବ୍ୟବସାୟୀ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଧୀନ ବଡ଼ଗୋପାଳପୁର ଗାଁରେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଖଗେଶ୍ୱର ପଲେଇ। ସେ ଘରେ ବାଣ ଗଚ୍ଛିତ କରି ରଖିଥିଲେ ବୋଲି ସୂଚନା ମିଳିଛି। ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଗୃହ ନିକଟସ୍ଥ ଏକ ଅସ୍ଥାୟୀ ଆଜବେଷ୍ଟସ ତିଆରି ବାଣ ଗୋଦାମରେ ତାଙ୍କର ଏକ ବାହାଘରିଆ ଅର୍ଡର ମୁତାବକ ବାଣ ପ୍ରସ୍ତୁତ କରୁଥିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା।
ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା। କେହି କିଛି ବୁଝିବା ପୂର୍ବରୁ ଘର ଚାରିପଟେ ଧୂଆଁମୟ ହୋଇଯାଇଥିଲା। ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଖଗେଶ୍ୱରଙ୍କୁ ଉଦ୍ଧାର କରାଯାଇପାରି ନଥିଲା। କେହି କେହି କହୁଛନ୍ତି ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଏହି ଘଟଣା ଘଟିଛି। ବିସ୍ଫୋରଣ କେମିତି ହେଲା ସେ ନେଇ ଅଗ୍ନିଶମ ବାହିନୀ ପକ୍ଷରୁ ତଦନ୍ତ କରାଯାଉଛି।
Powered by Froala Editor