ହଜ୍ ଯାତ୍ରାରେ ହଜାରେ ତୀର୍ଥଯାତ୍ରୀ ମୃତ, ଅଧିକାଂଶ ଅଣପଞ୍ଜୀକୃତ
ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ଅଛନ୍ତି। ଜଣେ ଆରବ କୂଟନୀତିଜ୍ଞମାନେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୩୨୩ ଜଣ ଇଜିପ୍ଟ ନାଗରିକ ଏବଂ ୬୦ ଜଣ ଜୋର୍ଡାନ ଅଛନ୍ତି ।
ସେହିପରି ଇଣ୍ଡୋନେସିଆ, ଇରାନ, ସେନେଗାଲ ଏବଂ ଟ୍ୟୁନିସିଆ ସମେତ ଆଉ କେତେକ ଦେଶରୁ ଯାଇଥିବା ତୀର୍ଥଯାତ୍ରୀ ବି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଅଣପଞ୍ଜୀକୃତ ତୀର୍ଥଯାତ୍ରୀ ଥିଲେ। କେଉଁ ଦେଶରୁ କେତେ ମୃତ୍ୟୁବରଣ କରିଛନ୍ତି ତାହା ଜାଣିବା କଷ୍ଟକର ହୋଇପଡ଼ୁଛି । ଗତବର୍ଷ ୨୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଣ୍ଡୋନେସିଆର ନାଗରିକ। ସାଉଦି ଆରବ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଛି । ପ୍ରବଳ ଗୁଳଗୁଳି ଓ ଗରମ ଯୋଗୁଁ ଅଂଶୁଘାତ ମୃତ୍ୟୁ ବଢିଛି । ଯାହାକୁ ନେଇ ପରିବେଶବିତ ଚିନ୍ତାରେ ପଡିଛନ୍ତି ।
Powered by Froala Editor