ପୁଲିସ କବ୍ଜାରେ ୪ ଡକାୟତ

ଅନୁଗୁଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାଜପଥର କୁରୁମିଠା ନିକଟରେ ଗତ ୫ ତାରିଖ ରାତିରେ ଡକାୟତି ହୋଇଥିଲା । ଏହି ଘଟଣାରେ ହିନ୍ଦୋଳ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ୍ ଫେରାର୍ ହୋଇଯାଇଛି । ଅଭିଯୁକ୍ତମାନେ ହେଲେ ସୋମନାଥ ବିଶ୍ୱାଳ (୧୯), ରାଜେନ୍ଦ୍ର ପରିଡ଼ା(୨୪), ଅମିତ ପରିଡ଼ା (୨୪) ଓ ବିକ୍ରମ ସାହୁ(୨୭) । ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ଫେରାର୍ ହୋଇଯାଇଛି ।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ରିଆମାଳ ଅଞ୍ଚଳର ଜୟନାରାୟଣ ଅଗ୍ରୱାଲ୍ ପିକ୍ଅପ୍ ଭ୍ୟାନ୍ ନେଇ ଚାଳକ କଟକରୁ ଫେରୁଥିଲେ । ବିଳମ୍ବିତ ରାତିରେ କୁରୁମିଠା ନିକଟରେ ହଠାତ୍ ଏକ କାର୍ ଆସି ଗାଡ଼ି ଆଗରେ ରହିଥିଲା । ପିକ୍ଭ୍ୟାନ୍ ଅଟକାଇବା ମାତ୍ରେ କାର୍ରୁ ୫ଜଣ ଯୁବକ ବାହାରି ଚାଳକଙ୍କ ବେକରେ ଭୁଜାଲି ଲଗାଇ ନିସ୍ତୁକ ପିଟିଥିଲେ । ତାଙ୍କଠାରୁ ମୋବାଇଲ୍ ଓ ୮ ହଜାର ୨ଶହ ଟଙ୍କା ଛଡ଼ାଇ ନେଇଥିଲେ । ତାଙ୍କୁ ଜଙ୍ଗଲରେ ଛାଡ଼ି ପିକଅପ୍ ଭ୍ୟାନ୍କୁ ନେଇ ପଳାଇ ଯାଇଥିଲେ । ଏ ନେଇ ଗାଡ଼ି ମାଲିକ ଗତ ୮ ତାରିଖରେ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ୧୭ ତାରିଖ ରାତିରେ ଡକାୟତମାନେ ପୁଣି ଡକାୟତି ଯୋଜନା କରୁଥିବା ବେଳେ ପୁଲିସ କୁରୁମିଠା ଛକ ନିକଟରୁ ଅଭିଯୁକ୍ତଙ୍କୁ ଧରିଛି ।
Powered by Froala Editor