ଅଗଷ୍ଟ ନୁହେଁ, ଡିସେମ୍ବର ୬ରେ ପ୍ରେକ୍ଷାଳୟରେ ଧମାକା କରିବ 'ପୁଷ୍ପା ୨'
ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ଫିଲ୍ମ ସ୍ଥଗିତ ହେବାର ଖବର ନିଶ୍ଚିତ ହୋଇଛି। ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି । 'ପୁଷ୍ପା ୨'ର ନିର୍ମାତାମାନେ ଅଫିସିଆଲ ବିବୃତ୍ତି ସହିତ ପ୍ରେକ୍ଷାଳୟରେ ଅଲ୍ଲୁ ଅର୍ଜୁନ ଷ୍ଟାରର ରିଲିଜ ହେବାର ନୂଆ ତାରିଖ ଘୋଷଣା କରିଛନ୍ତି।
'ପୁଷ୍ପା ୨' ବର୍ତ୍ତମାନ ଡିସେମ୍ବର ୬ ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ସ୍ଥଗିତ ରଖିବାର କାରଣ କିଛି ଅବଶିଷ୍ଟ ସୁଟିଂ ଏବଂ ପୋଷ୍ଟ ପ୍ରଡକ୍ସନ୍ କାମ ବୋଲି କୁହାଯାଉଛି। ଚଳଚ୍ଚିତ୍ର ନିର୍ମାତା X ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି - 'ପୁଷ୍ପା ୨ ଦି ରୁଲ୍... ହେଉଛି ଭାରତୀୟ ଚଳଚ୍ଚିତ୍ରର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ପୁଷ୍ପା: ଦି ରାଇଜର ସଫଳତା ପରେ ସିକ୍ଵେଲ୍କୁ ସଂପୂର୍ଣ୍ଣ କରିବା ଏବଂ ଠିକ୍ ସମୟରେ ଆଣିବା ପାଇଁ ଆମେ ନିରନ୍ତର ଚେଷ୍ଟା କରୁଛୁ । କିନ୍ତୁ କିଛି ଅବଶିଷ୍ଟ ଶୁଟ୍ ଏବଂ ପୋଷ୍ଟ ପ୍ରଡକ୍ସନ୍ କାମ ଯୋଗୁଁ ଫିଲ୍ମ ଅଗଷ୍ଟ ୧୫, ୨୦୨୪ରେ ରିଲିଜ୍ ହେବ ନାହିଁ। '
ତେବେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରି ଏହି ଅପଡେଟ ଦେଇଛନ୍ତି । ପୋଷ୍ଟରରେ ଅଲ୍ଲୁଙ୍କ ସାନଦାର ଅନ୍ଦାଜ ଦେଖିବାକୁ ମିଳିଛି । ସେ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର ସେୟାର କରି ଡିସେମ୍ୱର୬,୨୦୨୪ରେ ଫିଲ୍ମ ରିଲିଜ ହେବ ବୋଲି କୁହାଯାଇଛି ।
Powered by Froala Editor