ହନିଟ୍ରାପରେ ଫସି ୬୦ ହଜାର ଟଙ୍କା ଲୁଟର ଶିକାର
ଭୁବନେଶ୍ୱର : ହନିଟ୍ରାପରେ ଫସି ଜଣେ ଯୁବକ ୬୦ ହଜାର ଟଙ୍କା ହରାଇଛନ୍ତି । ଲୁଟର ଶିକାର ଯୁବକଜଣଙ୍କ ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ । ନଗ୍ନ ଫଟୋ ଦେଖାଇବା ସହ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ଜଣେ ଯୁବତୀ ତାଙ୍କଠାରୁ ୩ଟି ପର୍ଯ୍ୟାୟରେ ଏହି ଟଙ୍କା ଠକି ନେଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଜଣେ ଯୁବତୀଙ୍କ ସହ ଫେସବୁକରେ ତାଙ୍କର ବନ୍ଧୁତା ହୋଇଥିଲେ । ଯୁବତୀଜଣଙ୍କ ଚାଟିଂ ଓ ଭିଡିଓ କଲ ମଧ୍ୟ କରୁଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରୁ ଯୁବତୀଜଣଙ୍କ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭନ ଦେଖାଇଥିଲେ । ଏଥିପାଇଁ ସେ ଯୁବକଙ୍କଠାରୁ ୩ଟି ପର୍ଯ୍ୟାୟରେ ମୋଟ ୬୦ ହଜାର ଟଙ୍କା ନେଇଥିଲେ । ଟଙ୍କା ପାଇଯିବା ପରେ ସେ ଉକ୍ତ ଫେସବୁକ ଆକାଉଣ୍ଟଟି ଉଭାନ ହୋଇଯାଇଥିଲା । ଯୁବତୀଙ୍କ ସହ ଅନ୍ୟ ସବୁପ୍ରକାର ଯୋଗାଯୋଗ ମଧ୍ୟ ବନ୍ଦ ହୋଇଯାଇଥିଲା । ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ ।
Powered by Froala Editor