ବିମାନରେ ବଡ ତ୍ରୁଟି : ଯାତ୍ରୀଙ୍କ ଖାଦ୍ୟରେ ବ୍ଲେଡ୍
ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ଯାତ୍ରୀଙ୍କ ଖାଦ୍ୟରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଦାବି କରିଛନ୍ତି ଯେ ଗତ ସପ୍ତାହରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଏଆଇ୧୭୫ରେ ତାଙ୍କୁ ଦିଆଯାଇଥିବା ଖାଦ୍ୟରେ ଏକ ବ୍ଲେଡ୍ ମିଳିଥିଲା। ଏହି ଘଟଣା ଜୁନ ୯ରେ ଘଟିଥିଲା ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ବୀକାର କରିଛି।
ସୂଚନାନୁସାରେ, ମ୍ୟାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ ଭଜା ମିଠା ଆଳୁ ଏବଂ ଅଞ୍ଜିର୍ ଚାଟ ଅର୍ଡର କରିଥିଲେ। ଯାତ୍ରୀ ଖାଦ୍ୟ ଖାଉଥିବାବେଳେ ହଠାତ୍ ତାଙ୍କ ପାଟିରେ ଏକ କଠିନ ଜିନିଷ ଥିବା ଲାଗିଥିଲା। ସେ ଏହାକୁ ବାହାର କରି ଦେଖିବାରୁ ତାହା ବ୍ଲେଡ୍ ବୋଲି ଜଣାପଡିଥିଲା। ଏହା ପରେ ମ୍ୟାଥର୍ସ ଏହି ଖାଦ୍ୟର ଫଟୋ ଶେୟାର କରି ଲେଖିଥିଲେ। ଏହାର ଅଞ୍ଜିର୍ ଚାଟରେ ଏକ ବ୍ଲେଡ ଖଣ୍ଡ ଥିଲା। ସୌଭାଗ୍ୟର କଥା ଏଥିରେ ମୋର କୌଣସି କ୍ଷତି ହୋଇନାହିଁ।
ମ୍ୟାଥର୍ସ ଲେଖିଛନ୍ତି, ଏହି ଘଟଣା ଏକ ବ୍ରାଣ୍ଡ ଭାବରେ ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଛି। ଯଦିଓ ମୁଁ ନିରାପଦରେ ଅଛି, ଯଦି ଏହି ଖାଦ୍ୟ ଏକ ଶିଶୁଙ୍କ ନିକଟକୁ ଯାଇଥାନ୍ତା, ତେବେ ଏହା ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାନ୍ତା।
Powered by Froala Editor