ପୋଖରୀରେ ବୁଡ଼ି ମା ଓ ଝିଅ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ଗୀତା କଲାର (୩୨) ଓ କରିସ୍ମା କଲାର (୭)।ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Powered by Froala Editor