ରଣେନ୍ଦ୍ର ପ୍ରତାପ ସ୍ବାଇଁ କାମଚଳା ବାଚସ୍ପତି
୨୦ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟପାଳ ରଘୁବର ଦାସ ଗୁରୁବାର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ନୂଆ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର। ୧୮ ଓ ୧୯ରେ ଶପଥ ନେବେ ନୂଆ ବିଧାୟକ।
ସୂଚନା ଅନୁସାରେ, ୮ଥରର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରୋଟେମ୍ ସ୍ପିକର(କାମଚଳା ବାଚସ୍ପତି) ଭାବେ ଶପଥ ନେବେ । ଜୁନ୍ ୧୮ ଓ ୧୯ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଶ୍ରୀ ସ୍ୱାଇଁ ଶପଥ ପାଠ କରାଇବେ । ୧୯ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଜେପି ନିଜର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor