୨୬ ରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ
ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର (ଜୁନ୍ ୦୯) ଶପଥ ଗ୍ରହଣ କରିବା ପରେ ସୋମବାର (ଜୁନ୍ ୧୦) ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ବଣ୍ଟନ କରାଯାଇଥିଲା ଏବଂ ସରକାର ଏହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ଭିତରେ ଆସନ୍ତା ଜୁନ ୨୬ ତାରିଖରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏନେଇ ଆଜି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସରକାର ଗଠନ କରିବା ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରେ ବସିବ। ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ। ସେହିପରି ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତ କରିବେ। ସାଂସଦମାନେ ଶପଥ ନେବା ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏଥର କିଏ ହେବ ଲୋକସଭା ବାଚସ୍ପତି ତାହାକୁ ନେଇ ସସପେନ୍ସ ଜାରି ରହିଛି ।
Powered by Froala Editor