ତୀର୍ଥଯାତ୍ରୀ ବସ୍ ଆକ୍ରମଣ ମାମଲା : ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ୨୦ ଲକ୍ଷ ପୁରସ୍କାର ଘୋଷଣା

ଜମ୍ମୁରେ ତୀର୍ଥଯାତ୍ରୀ ବସ୍ ଉପରେ ହମଲା ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୁଲିସ। ଆକ୍ରମଣରେ ବସ୍ ଚାଳକ, କଣ୍ଡକ୍ଟର ସମେତ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ଏଥିରେ ଆହତ ହୋଇଥିଲେ। ଏହି ଘଟଣାରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର ଏ ତାଏବା (ଏଲ୍ଇଟି)ର ସହଯୋଗୀ ସଂଗଠନ ନିଜକୁ ଦାୟୀ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ମିଳିବ। ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା କରିଛି।
ଅନ୍ୟପକ୍ଷରେ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଲଗାଇବା ପାଇଁ ଏକ ବିଶାଳ ଅପରେସନ ମଧ୍ୟ କରାଯାଉଛି। ସୁରକ୍ଷା ବାହିନୀର ୧୧ ଟି ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ପୋନି ତେରାୟଥ ଅଞ୍ଚଳକୁ ଘେରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଅପରେସନକୁ କଡ଼ାକଡ଼ି ବି କରାଯାଇଛି। ଦଳରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟକୁ ପ୍ରତି ମୁହୂର୍ତ୍ତରେ ସଜାଗ ରହିବାକୁ ବି ପରାମର୍ଶ ଦିଆଯାଇଛି।’
Powered by Froala Editor